ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ, ବଡ଼ସିଂହାର ପରେ ପଦ୍ମ ବେଶରେ ସଜ୍ଜିତ ହେବେ ଶ୍ରୀଜିଉ

ପୁରୀ: ଆଜି ମହାପ୍ରଭୁଙ୍କ ଆଜି ପବିତ୍ର ପଦ୍ମବେଶ । ମାଘ ମାସ ଅମାବାସ୍ୟାଠାରୁ ଶ୍ରୀ ପଞ୍ଚମୀ ମଧ୍ୟରେ ପ୍ରଥମ ବୁଧବାର ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କ ଅତୀବ ରାମଣୀୟ ପଦ୍ମବେଶ । ବଡ଼ଛତା ମଠ ପକ୍ଷରୁ ପ୍ରତିବର୍ଷ ଏହି ବେଶ ଯୋଗାଇ ଦିଆଯାଇଥାଏ । ସୋଲ, କଦଳୀ ପାଟୁକା, ଜରି, ଜମ୍ବୁରା ଆଦି ପାରମ୍ପରିକ ରଙ୍ଗ ଓ ଅଠା ବ୍ୟବହାର କରାଯାଇ ଏହି ବେଶ ପ୍ରସ୍ତୁତ କରାଯାଇଥାଏ  । ଏହି ବେଶ ପ୍ରସ୍ତୁତ କାରୀ ହବିଷଅର୍ଣ୍ଣ ଭକ୍ଷଣ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ଓ ଭକ୍ତି ଭାବ ରଖି ଏହି ବେଶ ନିର୍ମାଣ କରିଥାନ୍ତି ।

ବଡ଼ସିଂହାର ବେଶରେ ଠାକୁରମାନଙ୍କୁ ଏହି ବେଶ କରାଯିବ । ଏହି ବେଶ ପରେ ମହାପ୍ରଭୁଙ୍କ ନିକଟରେ ଖିରି ଓ ଅମାଲୁ ଭୋଗ କରାଯିବ । ପଦ୍ମବେଶ ଥାଇ ଶ୍ରୀଜିଉମାନେ ପହୁଡ଼ ହେବାର ପରମ୍ପରା ରହିଛି । ପରଦିନ ମଙ୍ଗଳା ଆଳତୀ ପର୍ଯ୍ୟନ୍ତ ମହାପ୍ରଭୁ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବାକୁ ପରମ୍ପରା ରହିଥିବା ବେଳେ ଭକ୍ତମାନେ ମହାପ୍ରଭୁଙ୍କୁ ପଦ୍ମ ବେଶରେ ଦର୍ଶନ କରିପାରିବେ  । ତେବେ ଅବକାଶ ନୀତି ବଢିବା ପରେ ବେଶ ଓଲାଗି କରାଯିବ । ଭକ୍ତ ମନହର ଦାଶର ମନବାଞ୍ଛା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିବାରୁ ପୌରାଣିକ ମତ ଅନୁଯାୟୀ ମହାପ୍ରଭୁଙ୍କ ଏହି ଅନନ୍ୟ ବେଶକୁ ପଦ୍ମ ବେଶ କରାଯାଇଥାଏ । ସେହିପରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପଦ୍ମ ବେଶ ନିମିତ୍ତ ଭକ୍ତ ଚିନ୍ତାମଣି ଦାଶ ପଦ୍ମଫୁଲ ସଂଗ୍ରହ କରି ମହାପ୍ରଭୁଙ୍କୁ ଆଜି ଅର୍ପଣ କରିଛନ୍ତି ।