spot_img

Latest Posts

ଆଜି ସରୁଛି ବିଜେଡି ଜନସମ୍ପର୍କ ପଦଯାତ୍ରାର ପ୍ରଥମ ପର୍ଯ୍ୟାୟ, ଆସନ୍ତା ୨୧ରୁ ଦ୍ଵିତୀୟ ପର୍ଯ୍ୟାୟ

ଭୁବନେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ଚାଲିଥିବା ଜନସମ୍ପର୍କ ପଦଯାତ୍ରାର ଆଜି ସରୁଛି ପ୍ରଥମ ପର୍ଯ୍ୟାୟ। ପଦଯାତ୍ରାର ଶୁଭାରମ୍ଭ କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ପଦଯାତ୍ରାର ସଫଳତା ସାରା ରାଜ୍ୟରେ ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ଜନତା ଏଥିରେ ସାମିଲ ହୋଇଛନ୍ତି। ଡବଲ ଇଂଜିନ ସରକାରର ବିଫଳତାକୁ ନେଇ ଲୋକଙ୍କୁ ନିକଟକୁ ଯାଇଛି ବିଜେଡି। ଆଇନ ଶୃଙ୍ଖଳା, ଦରଦାମ ନିୟନ୍ତ୍ରଣ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ରହିଛି। ଏହାକୁ ନେଇ ଲୋକଙ୍କ ଭିତରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି ହୋଇଛି।ଲୋକେ ନିଜଆଡୁ ପଦଯାତ୍ରାରେ ସାମିଲ ହେଉଛନ୍ତି।

ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨୧ରୁ ୩୦ ତାରିଖ ଯାଏଁ ଚାଲିବ। ଆସନ୍ତା ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ଗତଥର ଏକ କୋଟି ସଦସ୍ୟ ହୋଇଥିଲେ। ଏଥର ତାଠାରୁ ଅଧିକ ରହିବ। ପରାମର୍ଶଦାତା କମିଟି ବୈଠକରେ ବିଜେଡି ତିନିଟି କମିଟି କରିଛି। ଆଜି ପ୍ରଥମ ସମନ୍ୱୟ କମିଟି ବୈଠକ ବସିଛି। ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଚାଲିଛି ଏହି ବୈଠକ। ଦ୍ଵିତୀୟ କାର୍ଯ୍ୟକାରିତା କମିଟି ଓ ତୃତୀୟ ପଦଯାତ୍ରା କମିଟି ଓ ସବୁଠାରୁ ଗୁରୁତ୍ୱପୂର୍ଣ ପରାମର୍ଶଦାତା କମିଟି ବୈଠକ ଜାରି ରହିଛି। ଏହି କମିଟି ଦଳର ଶୀର୍ଷ ନେତୃତ୍ୱମାନଙ୍କୁ ନେଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବୈଠକ ଚଳାଇଛି। ପଦଯାତ୍ରା, କାର୍ଯ୍ୟକ୍ରମ କାର୍ଯ୍ୟକାରିତା ସହ ଆଗକୁ ସୁଚାରୁ ଭାବେ କେମିତି ଦଳୀୟ କାର୍ଯ୍ୟକ୍ରମ ଚାଲିବ ସେ ନେଇ ଆଲୋଚନା ଚାଲିଛି।

Latest Posts

Don't Miss