ଆଜି ଆନ୍ତର୍ଜାତୀୟ ଯୋଗ ଦିବସ, ଚଳିତ ବର୍ଷ ଥିମ୍‌ ରହିଛି ଯୋଗ ଆଟ୍ ହୋମ୍‌

ଆଜି ଆନ୍ତର୍ଜାତୀକ ଯୋଗ ଦିବସ । ଶରୀରକୁ ସୁସ୍ଥ, ମନକୁ ଶାନ୍ତ ଓ ଶ୍ୱାସକ୍ରିୟାକୁ ନିୟନ୍ତ୍ରିତ କରିବା ପାଇଁ ସାରା ବିଶ୍ୱରେ ଏହି ଯୋଗ ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ଥିମ୍‌ ରହିଛି ଯୋଗ ଆଟ ହୋମ୍‌, ଯୋଗ ଆଟ୍‌ ଫ୍ୟାମିଲି ।

କରୋନା କଟକଣା ପାଇଁ ଏଥର ଘରେ ରହି ଯୋଗ କରିବା ପାଇଁ କୁହାଯାଇଛି । ତେବେ କିଛି ସଂଗଠନ ଅନ୍‌ଲାଇନ୍‌ରେ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଯୋଗ ଦିବସ ପାଳନ କରିବେ । କୁହାଯାଏ ଭାରତରେ ଯୋଗ ଅଭ୍ୟାସ ୫ ହଜାର ବର୍ଷ ପୁରୁଣା । ୨୦୧୪  ଡିସେମ୍ବର ୧୧ରେ ସଂଯୁକ୍ତ ରାଷ୍ଟ୍ରରେ ପ୍ରତିବର୍ଷ ଜୁନ୍‌ ୨୧ ଯୋଗ ଦିବସ ପାଳନ ହେବ ବୋଲି ଘୋଷଣା ହୋଇଥିଲା । ପ୍ରଥମେ ୨୦୧୫ରେ ଏହି ଯୋଗ ଦିବସ ପାଳନ କରାଯାଇଥିଲା ।

Leave a Reply