spot_img

Latest Posts

ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ, ବାଲୁକା କଳା ମାଧ୍ୟମରେ ସଚେତନତା ସୃଷ୍ଟି କଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ପ୍ରତିବର୍ଷ ଜୁଲାଇ ମାସ ୨୯-ତାରିଖରେ ଏହି ଦିବସ ପାଳନ କରାଯାଏ । ବାଘଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିବସ ପାଳନ କରାଯାଇଥାଏ । ଜଙ୍ଗଲ କ୍ଷୟକୁ ରୋକା ଯାଇ, ବାଘ ମାନଙ୍କ ବଂଶ ବୃଦ୍ଧି କିଭଳି ହୋଇପାରିବ, ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏ ଦିବସ ପାଳନର ମୁଖ୍ୟ ଉଦେଶ୍ୟ ରହିଛି ।

ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଧ୍ୟ ବ୍ୟାଘ୍ର ଦିବସ ପାଳନ କରାଯିବ । ନନ୍ଦନକାନନରେ ୩ଟି ପ୍ରଜାତିର ବାଘ ଅଛନ୍ତି । ସାଧାରଣ ରଙ୍ଗ ନାଲି ବାଘ,ଧଳା ବାଘ,କଳା ମେଲାନିସ୍ଟିକ ବାଘ ରହିଛନ୍ତି । ଏ ନେଇ ଅନଲାଇନ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ନେଇ କୁଇଜ ପ୍ରତିଯୋଗିତା ହୋଇଥିଲା  ।ସେମାନଙ୍କୁ ପୁରସ୍କୃତ କରାଯିବା ସହ ଜନ୍ତୁ ରକ୍ଷକ ମାନଙ୍କୁ ପୁରସ୍କୃତ କରାଯିବ । ନନ୍ଦନକାନରେ ବାଘମାନଙ୍କ ସଂଖ୍ୟା ଏବେ ୨୭ରେ ପହଞ୍ଚିଛି ।

ଅନ୍ୟପଟେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ତିଆରି କରିଛନ୍ତି । ପୁରୀ ନିଳାଦ୍ରୀ ସମୁଦ୍ର ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ବିଶ୍ବବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ପ୍ରାୟ ୧୫ଫୁଟ୍ ଲମ୍ବର ଏକ କଲରାପତରିଆ ବାଘର କଳାକୃତିକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟଙ୍କ ।

ଏହି ବାଲୁକାକୃତି ପ୍ରଦର୍ଶନୀର ବିଷୟବସ୍ତୁ ରଖିଛନ୍ତି “Save us to Save the environment”। ପରିବେଶ ସନ୍ତୁଳନ ରଖିବା ସହ ବାଘ ସଂଖ୍ୟା ବୃଦ୍ଧି କରିବା ଆନ୍ତର୍ଜାତୀୟ ବ୍ଯାଘ୍ର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଧୀରେଧୀରେ ଜଙ୍ଗଲ କ୍ଷୟ ହେବା ଯୋଗୁ ବିଶ୍ୱରେ ବାଘ ସଂଖ୍ୟା କମିବାରେ ଲାଗିଛି। ତେଣୁ ବାଲୁକାକୃତି ଜରିଆରେ ବିଶ୍ୱବାସୀଙ୍କୁ ଦିଆଯାଇଛି ସଚେତନତାର ବାର୍ତ୍ତା ।

Latest Posts

Don't Miss