ସୁପର ଏଇଟ ମୁକାବିଲାରେ ଆଜି ହାଇଭୋଲଟେଜ୍ ମ୍ଯାଚ୍ : ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ

1 min read

ନୂଆଦିଲ୍ଲୀ : ଟି-ଟ୍ବେଣ୍ଟି ବିଶ୍ବକପର ସୁପର ଏଇଟ ମୁକାବିଲାରେ ଆଜି ରହିଛି ହାଇଭୋଲଟେଜ୍ ମ୍ଯାଚ୍ । ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ରାତି ୮ଟାରେ ଏହି ମ୍ଯାଚ୍ ଅନୁଷ୍ଠିତ ହେବ । ଚଳିତ ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲର ନିକଟତର ହୋଇଛି । ତେବେ ଆଫଗାନିସ୍ତାନଠାରୁ ହାରିବା ପରେ କଙ୍ଗାରୁ ଟିମ ଏବେ ହରଡଘଣାରେ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପଲା ସାମାନ୍ୟ ଭାରୀ ରହିଛି ।

ସେମିଫାଇନାଲକୁ ଯିବା ଆଶା ଭାରତର ଏକ ପ୍ରକାର ପକ୍କା ରହିଛି । ଆନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଉଭୟ ଟିମ ୩୧ଟି ମ୍ୟାଚରେ ଅବତୀର୍ଣ୍ଣ ହୋଇଛନ୍ତି । ଭାରତ ୧୯ ଥର ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୧୧ ଥର ଏବଂ ଗୋଟିଏ ମ୍ୟାଚ ଫଳାଫଳ ଶୂନ୍ୟ ରହିଛି । ଅଷ୍ଟ୍ରେଲିଆ ଚାପରେ ଥିବାରୁ ଭାରତ ଏହି ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିବାକୁ ଆଶା ରଖିଛି ।

ରୋହିତ ଶର୍ମା ଓ ବିରାଟ କୋହଲି ରନ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି । ଅନ୍ଯପଟେ ଆଜି ଆଉ ଏକ ମ୍ଯାଚରେ ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ବାଂଲାଦେଶ । ଯଦି ମ୍ୟାଚରେ ବାଂଲାଦେଶକୁ ଆଫଗାନ ପରାସ୍ତ କରେ ତେବେ ସେମିକୁ ଯିବାର ସମ୍ଭାବନା ରହିଛି । ଅଷ୍ଟ୍ରେଲିଆ ଓ ଆଫଗାନ ମଧ୍ୟରୁ କିଏ ସେମିକୁ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ।