ଆଜି ଭାରତ-ଶ୍ରୀଲଙ୍କା ଶେଷ ଟି-୨୦, ଉଭୟ ଦଳ ପାଇଁ କର ବା ମର ସ୍ଥିତି

1 min read

ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଅନ୍ତିମ ତଥା ଶେଷ ଟି-୨୦ ମ୍ୟାଚ । ଉଭୟ ଦଳ ପାଇଁ କର ବା ମର ସ୍ଥିତି । ସନ୍ଧ୍ୟା ୭ଟାରୁ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ ରାଜକୋଟରେ ଆରମ୍ଭ ହେବ ମ୍ୟାଚ୍ । ହାର୍ଦ୍ଦିକ ପାଣ୍ଡିଆଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ମେନ ଇନ୍ ବ୍ଲୁ । ତିନି ଟିକିଆ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ୍ ଜିତି ସିରିଜ ବରାବର ରହିଛି ।

ଆଜିର ମ୍ୟାଚ ଜିତି ସିରିଜ ବିଜୟ ପାଇଁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ତ୍ରୁଟିକୁ ସୁଧାରି ମ୍ୟାଚ ଜିତିବାକୁ ଉଦ୍ୟମ କରିବ ଭାରତ । ସେପଟେ ଗତ ମ୍ୟାଚରେ ବିଜୟ ଲାଭ କରି ଭ୍ରମଣକାରୀ ଦଳର ମନୋବଳ ଦୃଢ ରହିଛି । ଆଜି ମ୍ୟାଚ ଜିତି ଘରୋଇ ମାଟିରେ ଭାରତକୁ ଚେକ୍ ଦେବାକୁ ଉଦ୍ୟମ ରଣନୀତି କରିଛି ସିଂହଳୀ ଦଳ ।