spot_img

Latest Posts

ଆଜିଠୁ ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ ମ୍ଯାଚ୍, ଜାଣନ୍ତୁ କ’ଣ ଟିମରେ କାହାକୁ ମିଳିପାରେ ସ୍ଥାନ

ଧର୍ମଶାଳା: ଆଜିଠୁ ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ ମ୍ଯାଚ୍ । ୫ ମ୍ୟାଚ୍ ବିଶିଷ୍ଟ ସିରିଜର ଅନ୍ତିମ ମ୍ଯାଚ୍ ଧର୍ମଶାଳାରେ ଖେଳାଯିବ । ସିରିଜକୁ ଭାରତ ୩-୧ରେ ଜିତି ସାରିଥିବାବେଳେ ଶେଷ ଟେଷ୍ଟ ମ୍ଯାଚ ଜିତି ୪-୧ରେ ଆଗୁଆ ରହିବାକୁ ଲକ୍ଷ୍ଯ ରଖିଛି । ଭ୍ରମଣକାରୀ ଦଳ ପ୍ରଥମ ଟେଷ୍ଟକୁ ୨୮ ରନରେ ଜିତିନେବା ପରେ ପରବର୍ତ୍ତୀ ୩ଟି ଟେଷ୍ଟରେ କ୍ରମାଗତ ପରାଜିତ ହୋଇଥିଲା । ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ପ୍ରଥମ ସ୍ଥାନ ବଜାୟ ରଖିବାଲାଗି ଏହି ମ୍ୟାଚ୍ ଜିତିବାକୁ ସମସ୍ତ ପ୍ରକାର ଉଦ୍ୟମ କରିବ । ରୋହିତ ଶର୍ମାଙ୍କ ନେତୃତ୍ଵରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଚତୁର୍ଥ ଟେଷ୍ଟରେ ବିଶ୍ରାମ ନେଇଥିବା ଯଶପ୍ରୀତ ବୁମରାଙ୍କୁ ପୁଣି ଦଳରେ ସାମିଲ କରାଯାଇଛି । ସେହିପରି ଦେବଦତ୍ତ ପାଡିକଲ, ଆର ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର ଓ ଆକାଶ ଦୀପଙ୍କୁ ଦଳରେ ସ୍ଥାନ ମିଳିଛି। ଏହାସହ ଯଶପ୍ରୀତ ବୁମରା ଦଳର ଉପଅଧିନାୟକ ଦାୟିତ୍ଵ ତୁଲାଇବେ। କେଏଲ ରାହୁଲ ଆହତ ଥିବା କାରଣରୁ ତାଙ୍କୁ ବାଦ ଦିଆଯାଇଛି। ଅନ୍ୟପଟେ ୱାସିଂଟନ ସୁନ୍ଦର ତାମିଲନାଡୁ ପାଇଁ ରଣଜୀ ଟ୍ରଫିର ସେମିଫାଇନାଲ ମୁକାବିଲା ଖେଳିବେ। ଏଥିପାଇଁ ତାଙ୍କୁ ଦଳରୁ ରିଲିଜ କରାଯାଇଛି। ସେପଟେ ଇଂଲଣ୍ଡ ମଧ୍ୟ ସମ୍ମାନ ବଞ୍ଚାଇବା ପାଇଁ ମ୍ୟାଚରେ ବିଜୟୀ ହେବା ଲକ୍ଷ୍ୟରେ ରହିଛି । କିନ୍ତୁ ଚତୁର୍ଥ ମ୍ୟାଚରେ ଦଳ ପାଇଁ ସଂକଟମୋଚକ ସାଜିଥିବା ଖେଳାଳି ଏହି ମ୍ୟାଚରୁ ବାଦ୍ ପଡ଼ିଛନ୍ତି ।

Latest Posts

Don't Miss