ନନ୍ଦିଘୋଷ ବ୍ୟୁରୋ: ଆସିଛି  ଆଲୋକର ପର୍ବ ଦୀପାବଳି । ଅନ୍ଧକାରକୁ ଦୂରକରି ଆଲୋକର ବିଜୟ ଆଣି ଦେବ ଆଜିର ଦିନ । ଦୀପାବଳି ପାଇଁ ଗାଁଠୁ ଆରମ୍ଭ କରି ସହର ବଜାର ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଧୁମଧାମରେ ପାଳନ ହେଉଛି ଉତ୍ସବ । ହିନ୍ଦୁ ପରମ୍ପରାରେ ପ୍ରଭୁ ଶ୍ରୀରାମ ଲଙ୍କା ଜୟ କରି ଆଜି ଫେରିଥିଲେ  । ସେଥିପାଇଁ ସମଗ୍ର ଅଯୋଧ୍ୟାବାସୀ ପ୍ରଦୀପ ପ୍ରଜଳ୍ୱନ କରି ଉତ୍ସାହ ଓ ଆନନ୍ଦ ମନାଇଥିଲେ  ।

କାଳିମାର ଅନ୍ଧକାର ଦିନକୁ ପ୍ରତିହତ କରି ପ୍ରଭୁ ପୁରୁଷତ୍ତୋମ ଶ୍ରୀରାମ ଆଲୋକର ବିଜୟ ହାସଲ କରିଥିଲେ  । ୧୨ ବର୍ଷ ବନବାସ ଶେଷ କରି ସୀତା ମାତାଙ୍କୁ ସାଥିରେ ଘେନି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ  । ଯେଉଁଥିପାଇଁ ସମଗ୍ର ଅଯୋଧ୍ୟାପୁର ଏହି ଦିନକୁ ଆଲୋକରେ ଆଛାଦିତ କରିଥିଲେ  । ସେପଟେ କାଳୀ ମାତାଙ୍କର ଆଜି ମଧ୍ୟ ପୂଜାର୍ଚ୍ଚନା  । ତେଣୁ ହିନ୍ଦୁ ରିତିନିତୀରେ ବିଧି ବିଧାନର ସହ ଆଜିର ଦିନକୁ ପାଳନ କରାଯାଇଥାଏ  ।

ଦୁଇବର୍ଷ ପରେ ବିନା କୋଭିଡରେ ଉତ୍ସବ ମନାଇବେ ସମଗ୍ର ଦେଶବାସୀ  । ସଭିଙ୍କ ମନରେ ଉତ୍କଣ୍ଠା ଓ ଉଦ୍ଦୀପନା  । ବିନା କୋଭିଡ କଟକଣାରେ ବାଣ ଫୁଟାଇବା ସହ ପ୍ରଦୀପ ପ୍ରଜଳ୍ୱନ କରିବେ ଦେଶବାସୀ  । ସେପଟେ ଭୁବନେଶ୍ବର ଓ କଟକରେ ଆଜି ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି । ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।