ବାୟୁସେନା ଦିବସ: ବାୟୁ ବୀରଙ୍କ ବୀରତ୍ବକୁ ମନେ ପକାଉଛି ଦେଶ, ପ୍ରୟାଗରାଜରେ ଏୟାର ଶୋ’

1 min read

ନୂଆଦିଲ୍ଲୀ: ଅକ୍ଟୋବର ୮ ତାରିଖ ବାୟୁସେନା ଦିବସ । ୧୯୩୨ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ପ୍ରତିଷ୍ଠା ହୋଇଥିଲା ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସ । ଯାହା ପରବର୍ତ୍ତୀ ସମୟରେ ୧୯୫୦କୁ ଇଣ୍ଡିଆନ ଏୟାର ଫୋର୍ସ ନାମରେ ନାମିତ ହୋଇଥିଲା । ଦେଶ ସୁରକ୍ଷାରେ ବାୟୁସେନାର ଭୂମିକାକୁ ଆଜି ମନେ ପକାଉଛି ସାରା ଦେଶ ।

ଆଜି ଉତ୍ତରପ୍ରଦେଶର ପ୍ରୟାଗରେଜରେ ୯୧ତମ ପ୍ରତିଷ୍ଠା ଦିବସରେ ନିଜର ପରାକାଷ୍ଠା ଓ ବୀରତ୍ବ ଦେଖାଇବ ବାୟୁସେନା । ସହିଦ ବାୟୁ ବୀରଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳି । ଏଥିସହ ବାୟୁସେନାର କିଛିଟା ପରିବର୍ତ୍ତନ ନେଇ ଘୋଷଣା କରାଯିବାର ସମ୍ଭାବନା ରହିଛି ।

ପ୍ରୟାଗରାଜରୁ ସାରା ବିଶ୍ବ ଦେଖିବ ଭାରତୀୟ ବାୟୁସେନାର ଦମ୍ । ଏଠାରେ ହେବାକୁ ଥିବା ଏୟାର ଶୋ’ରେ ରାଫେଲ୍ ଦେଖାଇବ ନିଜ ପରାକ୍ରମ । ଏହାସହ ତେଜସ୍ ଫାଇଟର ଜେଟ ଦେଖାଇବ ଦମ୍ । ସେହିପରି ଚେତକ ଓ ରୁଦ୍ର ହେଲିକପ୍ଟରର ପରାକ୍ରମ ଦେଖିବ ସାରା ବିଶ୍ବ । ଏହାସହ ଟାଇଗର ମାର୍ଥ ବିମାନ, ହାର୍ବଟ ଟ୍ରେନର୍, ଟ୍ରାନ୍ସପୋର୍ଟ ବିମାନ ସି ଓ୍ବାନ ୩୦ ବି ଦେଖାଇବେ ପରାକ୍ରମ ।

୧୯୪୭-୧୯୪୮ ପାକିସ୍ତାନ ସହ ଯୁଦ୍ଧ, ୧୯୬୫, ୧୯୭୧, ୧୯୯୯ର କାରଗିର ଓ୍ବାର ବିଜୟରେ ବାୟୁସେନା ପ୍ରମୁଖ ଭୂମିକା ଥିଲା । ଆକାଶ ମାର୍ଗକୁ ଶତ୍ରୁକୁ ପରାଜୟର ସ୍ବାଦ ଚଖେଇଥିଲା ବାୟୁସେନା । ଭାରତର ସାର୍ବଭୌମତ୍ବ , ସୀମା ସୁରକ୍ଷା କ୍ଷେତ୍ର ବଡ଼ ଭୂମିକା ନିର୍ବାହ କରେ ବାୟୁସେନା ।