spot_img

Latest Posts

ବିଶ୍ୱ ବନ ଦିବସ ଅବସରେ ଜୟଦେବ ବାଟିକା ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ

ଭୁବନେଶ୍ୱର: ଆଜି ବିଶ୍ୱ ବନ ଦିବସ। ଏହି ଅବସରେ ଭୁବନେଶ୍ୱର ଜୟଦେବ ବାଟିକା ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଓ ପ୍ରଧାନ ବନ ସଂରକ୍ଷକ ଶିଶିର କୁମାର ରଥ ସାମିଲ ହୋଇ ଜଙ୍ଗଲ ସୁରକ୍ଷା ଉପରେ ମତ ରଖିଥିଲେ। ଏହି ଅବସରରେ ତଥ୍ୟ ଭିତ୍ତିକ ପୁସ୍ତକ ହାଇଲାଇଟ୍ସ ଅଫ ଓଡ଼ିଶା ଫରେଷ୍ଟ ସେକ୍ଟର ୨୦୨୧ ଏବଂ ଓଡ଼ିଶା ଫରେଷ୍ଟ ଆମେଣ୍ଡମେଣ୍ଟ କୋଡ -୨୦୨୦ର ଉନ୍ମୋଚନ କରାଯାଇଛି। ଜଙ୍ଗଲ ବିଭାଗରେ ଉତ୍ତମ ସେବା ସମ୍ପାଦନ କରିଥିବା ୪୦ ଜଣ କ୍ଷେତ୍ରୀୟ ଅଧ୍ବକାରୀଙ୍କୁ ପୁରସ୍କୃତ କରାଯାଇଛି। ଏହା ସହିତ ଜଙ୍ଗଲ ସୁରକ୍ଷା ଦିଗରେ ଉନ୍ନତ କାର୍ଯ୍ୟ ସମ୍ପାଦନ ପାଇଁ ୬ଟି ପରିବେଶ ଉନ୍ନୟନ କମିଟି ପୁରସ୍କୃତ ହୋଇଛନ୍ତି। ଚଳିତ ଆର୍ଥିକବର୍ଷରେ ୩ ଦଶମିକ୯୨ କୋଟି ଚାରା ରୋପଣ କରାଯାଇଛି। ଏହା ସହିତ ୪ ହଜାର ୧୬୪ ରେ କିଲୋମିଟର ପଥପାର୍ଶ୍ୱ ବନୀକରଣ କରାଯାଇଛି। ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ୩ ଲକ୍ଷ ୮ ହଜାର ବୃକ୍ଷ ଚାରା ରୋପଣ କରାଯାଇଅଛି। ରାଜ୍ୟର ୫୬ ହଜାର୨୬୭ ବର୍ଗ କିଲୋମିଟର ଅଞ୍ଚଳରେ ଜଙ୍ଗଲ ରହିଛି। ଯାହା ରାଜ୍ୟର ସମଗ୍ର ଭୌଗୋଳିକ ଅଞ୍ଚଳର ୩୬ ଦଶମିକ୧୪ ପ୍ରତିଶତ।

Latest Posts

Don't Miss