ଆଜିର ରାଶିଫଳ (୧୫/୧୧/୨୦୧୯)

1 min read

ଆଜି ୨୦୧୯ ମସିହା ନଭେମ୍ବର ୧୫ ତାରିଖ, ଶୁକ୍ରବାର, ମାର୍ଗଶିର କୃଷ୍ଣପକ୍ଷ, ସୌର ମାସ, ତୁଳା-ଦି୩୦ନ, ତୃତୀୟା ତିଥି ରାତ୍ରି ଘ୭/୪୫ ଗତେ ଚତୁର୍ଥ, ବୃଷ ଚନ୍ଦ୍ର ଦିବା ୧୧/୦୧ ମିନିଟ୍‌ ଗତେ ମିଥୁନ ମୃଗଶିର ନକ୍ଷତ୍ରରାତ୍ରି ୧୧/୧୧ ଗତେ ଆଦ୍ରା, ଶିବଯ଼ୋଗ ଦି ୮/୪ ମିନିଟ୍‌ ଗତେ ସିଦ୍ଧ

ବାଣିଜ୍ୟକରତା-ପ୍ରାତଃ ୭/୫୨ ଗତେ ବିଷ୍ଟି

ଘାତ ଚନ୍ଦ୍ର- ବିଛା ରାଶିର ଦିବା ୧୧/୦୧ ଗତେ କନ୍ୟା ରାଶିର

ଘାତ ବାର-ବିଛା ରାଶିର

ରାହୁକାଳ ଦିବା ୧୦/୦୮ ମିନିଟ୍ ରୁ

ଶୁଭବେଳା-ପ୍ରାତଃ ୭/୨୭ ମିନିଟ୍‌ ରୁ ଦିବା ୯/୪୦ ମିନିଟ୍‌

 

ଆଜିର ରାଶିଫଳ

ମେଷ- ଆଜି ପ୍ରିୟ ପରିଜନ ମାନଙ୍କ ସହିତ ଦ୍ୱନ୍ଦ୍ୱ କଳହର ବାତାବରଣ ରହିଲେ ମଧ୍ୟ ଅର୍ଥ ପ୍ରାପ୍ତି ଯୋଗ ରହୁଛି । ସରକାରୀ ସ୍ତରରେ ଅଟକି ଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ । ସାମହିକ ସ୍ତରରେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଦ୍ଵାରା ପ୍ରଶଂସିତ ହେବେ ।

ବୃଷ- ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଗୃହକୁ ପୁରାତନ ବନ୍ଧୁଙ୍କ ଆଗମନ ହେବ । କଳା ସଂଗୀତ, ସାହିତ୍ୟ ପ୍ରତି ଆଗ୍ରହ ବଢ଼ିବ । ବିବାଦମୟ ପରିସ୍ଥିତିର ସମାଧାନ ହେବ ।

ମିଥୁନ- ସ୍ୱାସ୍ଥ୍ୟରେ ସୁଧାର ଆସିବ । କୈାଣସି ମହିଳାଙ୍କ ଦ୍ଵାରା ନୂତନ ଦ୍ରବ୍ୟ ଲାଭ ଯୋଗ ରହୁଛି । ଆଧ୍ୟାତ୍ମିକ ଚେତନା ବୃଦ୍ଧି ପାଇବ । ସୁଖାଦ୍ୟ ପ୍ରାପ୍ତି ହେବେ ।

କର୍କଟ- କୈାଣସି କାରଣରୁ ମାନସିକ ଅସନ୍ତୋଷ ଦେଖାଦେବ । ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟ ସିଦ୍ଧି ହେବ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ଆନୁଷ୍ଠାନିକ କାର୍ଯ୍ୟରେ ଅଗ୍ରଗତି କରିବେ ।

ସିଂହ- ଆଜି ଆପଣଙ୍କ ସୁସ୍ଥ ଚିନ୍ତାଧାରା ଓ ଶୃଙ୍ଖଳିତ ବ୍ୟବହାର ଦ୍ଵାର କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷାତ ହେବ । ମାନସିକ ଶାନ୍ତି ପ୍ରାପ୍ତି ହେବେ ।

କନ୍ୟା- ପ୍ରତ୍ୟେକ ଦୃଷ୍ଟି କୋଣରୁ ଆଜି ଦିନଟି ଶୁଭ ଫଳଦାୟ ହେବ । ସନ୍ତାନମାନଙ୍କୁ ନେଇ ଗର୍ବ ଅନୁଭବ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ଅଜଣା ବ୍ୟକ୍ତିଙ୍କ ସହଯ଼ୋଗ ପ୍ରାପ୍ତି ହେବେ ।

ତୁଳା- ମାନସିକ ଅସ୍ତିରତା ଦେଖାଦେବ । କର୍ମ କ୍ଷେତ୍ରରେ ବାଧା ଉତ୍ପର୍ଣ୍ଣ ହୋଇପାରେ । ସହକର୍ମୀମାନଙ୍କର ସହିତ ମତାନ୍ତର ହେବ ଯାନବାହନ ଚଳାଚଳରେ ସାବଧାନ ଅବଲମ୍ବନ କରିବେ ।

ବିଛା- ଆର୍ଥିକ ସ୍ଥିତିରେ ସୁଧାର ଆସିବ । ମଧ୍ୟାହ୍ନରେ ସୁସମ୍ବାଦ ପ୍ରାପ୍ତି ହେବେ । ବହୁ ପ୍ରତିକ୍ଷିତ ସମସ୍ୟାର ସମାଧାନ ହେବ । ଦୈବୀ ଆଶୀର୍ବାଦ ପ୍ରାପ୍ତି ହେବେ ।

ଧନୁ- ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ସାମାନ୍ୟ ଚିନ୍ତିତ ରହିବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଉଚ୍ଚପଦସ୍ତ ଅଧିକାରୀଙ୍କ ଆକ୍ରୋଷର ଶିକାର ହୋଇପାରନ୍ତି । ମନରେ ଅଯଥା ଭାବନା ସୃଷ୍ଟି ହେବ ।

ମକର- ପ୍ରତ୍ୟେକ କାର୍ଯ୍ୟରେ ଜୟଯ଼ୁକ୍ତ ହେବେ । କଳା, ସଂଗୀତ, ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ । ହଠାତ ଧନାଗମ ଯ଼ୋଗ, ଆନନ୍ଦ ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ ହେବ ।

କୁମ୍ଭ- ମାନସିକ ସ୍ତରରେ ଚିନ୍ତା କରୁଥିବା କାର୍ଯ୍ୟରେ ସଫଳତା ମିଳିବ । ବକେୟା ଅର୍ଥ ପ୍ରାପ୍ତି ହେବ । ବ୍ୟବସାୟୀକ କାର୍ଯ୍ୟରେ ସୁଧାର ଆସିବ । ସମୟର ସଦୁପଯ଼ୋଗ କରନ୍ତୁ ।

ମୀନ- ଗୃହରେ କିଛି ମାଙ୍ଗଳିକ କାର୍ଯ୍ୟ ସଂଗଠିତ ହେବ । କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବାକୁ ସୁଯ଼ୋଗ ମିଳିବ । ବନ୍ଧୁବର୍ଗଙ୍କ ସହଯ଼ୋଗ ପ୍ରାପ୍ତି ହେବ । ସନ୍ତାନ ବର୍ଗରେ ଉନ୍ନତି ହେବ ।

  ')}

Leave a Reply