ବିନା ଦୋଷରେ ଅପମାନିତ ହେବେ, ବିଶୃଙ୍ଖଳାର ଶିକାର ହେବେ ଆଜି ସତର୍କ ରୁହନ୍ତୁ

1 min read
today horoscope

ଆଜିର ପଞ୍ଚାଙ୍ଗ: ୧୩/୦୨/୨୦୨୧ ଶନିବାର, କୁମ୍ଭ ୨ଦିନ,

୧୪୨୮ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍, ମାଘ ଶୁକ୍ଳ ୨ୟା ରାତ୍ର ୧୨:୫୬ ଗତେ ୩ୟା,

କୁମ୍ଭଚନ୍ଦ୍ର ଅହୋରାତ୍ର

ଶତଭିଷା ଦିବା ୦୩:୧୧ ଗତେ ପୁର୍ବଭାଦ୍ର ନକ୍ଷତ୍ର

ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର

ଘାତ ବାର- ବୃଷ, ସିଂହ ଓ କନ୍ୟା ରାଶିର

ଯୋଗୀନି- ଉତ୍ତରେ ରାତ୍ର ୧୨:୫୬ ଗତେ ଆଗ୍ନୟେ

ପୁଷ୍କର ଦୋଷ- ୨ପାଦ ଦିବା ୦୩:୧୧ ଗତେ ୩ପାଦ

ନିଷିଦ୍ଧ ଖାଦ୍ୟ- ପୋଟଳ

ଶୁଭ ସମୟ

ପ୍ରାତଃ ୧୦:୧୫ ରୁ ୦୧:୦୯

ସନ୍ଧ୍ୟା ୦୮:୧୩ ରୁ ୧୦:୪୪

ଅଶୁଭ ସମୟ

ଦିବା ୦୯:୧୦ ରୁ ୧୦:୩୫

ଦିବା ୦୧:୨୬ ରୁ ୦୨:୫୧

ଦିବା ୦୪:୧୬ ରୁ ୦୭:୧୬

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର- ଜମିବାଡି ସଂକ୍ରାନ୍ତୀୟ ବିଷୟରେ ଲାଭ ପ୍ରାପ୍ତି । ଭାଇଭଉଣୀ ସହୋଦରଙ୍କର ସହଯୋଗ ମିଳିବ । ରାଜନୀତିକ ବ୍ୟକ୍ତି ସମାଜ କଲ୍ୟାଣରେ ଲାଗିରହି ସମ୍ନାନ ପାଇବେ ।

ଦ୍ୱିଜା ନକ୍ଷତ୍ର- ଆଜି ଚାକିରି ହେଉ କିମ୍ବା ବ୍ୟବସାୟରେ କ୍ଷତି ସହିବେ । ଅଯଥା କଥାକୁ ନେଇ ଅପମାନିତ ଭଳି ସ୍ଥିତି ଉପୁଜିବ ।

କୃତ୍ତିକା ନକ୍ଷତ୍ର- ଆଜି ପିଲାଙ୍କର ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ ମାତ୍ର ଅନ୍ୟାନ୍ୟ ସମସ୍ତ ଦୃଷ୍ଟିରୁ ଶୁଭ ରହିବ ।

ଶୁଭ ରଙ୍ଗ- ଧଳା

ଆଜି ସକାଳୁ ଉଠି ସୂର୍ଯ୍ୟ ଭଗବାନଙ୍କୁ ଦର୍ଶନ କରନ୍ତୁ ଏବଂ ସ୍ନାନ ପରେ ଜଳଅର୍ଘ୍ୟ ସହିତ ଗାୟତ୍ରୀମନ୍ତ୍ର ୧୧ଥର ଜପ କରନ୍ତୁ ।

ବୃଷ ରାଶି

କୃତ୍ତିକା ନକ୍ଷତ୍ର- ଆଜି କୌଣସି ଆର୍ଥିକ କ୍ଷତି ହେବ ଏବଂ ନିଚ୍ଚଲୋକ ଠାରୁ ଅପମାନିତ ହେବେ ମଥାରେ ଚନ୍ଦନ ଲଗାନ୍ତୁ ।

ରୋହିଣୀ ନକ୍ଷତ୍ର- ଜୀବନ ସାଥିର ସହଯୋଗରେ ଭବିଷ୍ୟତ ନିମନ୍ତେ କୌଣସି ସ୍ଥାୟୀ କର୍ମ ଯୋଜନାର ମୂଳଦୁଆ ପକାଇବେ । ପିଲାମାନଙ୍କୁ ଇଚ୍ଛା ମୁତାବକ ଶୁଭଫଳ ମିଳିବ ।

ମୃଗଶିରା ନକ୍ଷତ୍ର- ଆଜି ସମୟର କୁପ୍ରଭାବରୁ ବାଧା ବିଘ୍ନଭରା ଦିବସ ରହିବ । ଟଙ୍କା ପଇସାର ଅଭାବ ଅଧିକ ବଢ଼ିବ ।

ଶୁଭ ରଙ୍ଗ- ଲାଲ

ଅଶ୍ୱତ୍ଥ ବୃକ୍ଷର ଚେର ପାଖରେ ରଖନ୍ତୁ କଲ୍ୟାଣ ହେବ ।

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହୋଇ କୌଣସି ଦୂରାରୋଗରୁ ମୁକ୍ତି ମିଳିବ, ବ୍ୟବସାୟିକ ଉନ୍ନତିର ସୂଚନା ରହିବ ।

ଆଦ୍ରା ନକ୍ଷତ୍ର- ଆଜି ଅଶୁଭଗ୍ରହ ପ୍ରଭାବରେ କାହା ସହିତ ଅଯଥା ମତାନ୍ତର ହେବ ତେଣୁ, କୌଣସି ତରବରିଆ ନିଷ୍ପତ୍ତି ନେବେ ନାହିଁ ନହେଲେ ନିଜର କ୍ଷତି ହେବ ।

ପୂନର୍ବସୁ ନକ୍ଷତ୍ର- ଆଜି ସ୍ନାନପରେ କିଛି ଚଣା ସହିତ ଗୁଡ଼ ମିଶାଇ ନିଜ ଇଷ୍ଟଦେବଙ୍କୁ ସ୍ମରଣ କରି ଗାଇ କିମ୍ବା ବୃଷଭଙ୍କୁ ଦେଲେ ଶୁଭତ୍ତ୍ୱ ବୃଦ୍ଧି ହେବ ।

ଶୁଭ ରଙ୍ଗ- କମଳା

ଓଁ କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପିଜନ ବଲ୍ଲବାୟ ନମଃ ୧୦୮ଥର ପାଠ କରନ୍ତୁ ।

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର- ପ୍ରତି କାମ ବିଳମ୍ବରେ ହାସଲ ହେବ, ପ୍ରତି ମୁହୂର୍ତ୍ତରେ ମନ ଭିତରେ ଅଜଣା ଡର ରହିବ ।

ପୂଷ୍ୟା ନକ୍ଷତ୍ର- ଆଜି ମନ ସନ୍ଦେହ ଭିତରେ ରହିବ । ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟରେ ସମସ୍ୟା ଉପୁଜିବ । ଦେବୀ ଲକ୍ଷ୍ମୀଙ୍କୁ ଦର୍ଶନ କରନ୍ତୁ, ଗାଈଙ୍କୁ ନିଜ ହାତରେ ଖୁଆନ୍ତୁ ।

ସିଂହ ରାଶି

ମଘା ନକ୍ଷତ୍ର- ମଥାରେ ଲାଲ ଚନ୍ଦନ ଲଗାନ୍ତୁ ମନୋବାଞ୍ଛିତ ପରିବେଷ ମଧ୍ୟରେ ଦିନ କଟିବ ।

ପୂର୍ବାଫାଲଗୁନି ନକ୍ଷତ୍ର- କୌଣସି ଖୁସି ଖବର ମିଳିବ ଏବଂ ଆଶା ଜନକ ପରିବେଶ ମଧ୍ୟରେ ସମୟ ଅତିବାହିତ ହେବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର- କୌଣସି ଦ୍ରବ୍ୟ ଲାଭ ହେବ ଏବଂ  କୌଣସି ସମସ୍ୟାରୁ ମୁକ୍ତି ମିଳିବ ।

ଶୁଭରଙ୍ଗ- ଧଳା

ତମ୍ବା ପାତ୍ରରେ ଜଳ ସହିତ ଗୁଡ଼ ମିଶାଇ ସୂର୍ଯ୍ୟଙ୍କୁ ଅଘ୍ୟ ଦିଅନ୍ତୁ କଲ୍ୟାଣକାରୀ ହେବ ।

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର- ବ୍ୟବସାୟରେ ଲାଭ ବଢ଼ିବ ଏବଂ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ମିଳିବ ।

ହସ୍ତା ନକ୍ଷତ୍ର- କୌଣସି ପ୍ରକାର ସୁଖଶାନ୍ତି ଭରା ପରିବେଶ ମଧ୍ୟରେ ଦିନ କଟିବ ।

ଚିତ୍ରା ନକ୍ଷତ୍ର- ପୁଞ୍ଜିନିବେଶରୁ ଲାଭ ହେବ ମାତ୍ର ସ୍ୱାସ୍ଥ୍ୟପ୍ରତି ସତର୍କ ରହିଥିବେ ।

ଶୁଭ ରଙ୍ଗ- ସବୁଜ

ଜନ୍ଦା କିମ୍ବା କଳା ପିମ୍ପୁଡ଼ିଙ୍କ ଗାତପାଖରେ ଅଟା ଚିନି ଦିଅନ୍ତୁ କଲ୍ୟାଣ ହେବ ।

ତୁଳା ରାଶି

ଚିତ୍ରା ନକ୍ଷତ୍ର- ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ୱିତ ହେବେ । ପାରିବାରିକ ଶାନ୍ତି ମିଳିବ, ଭାଇଭାଇ ଭାବ ନୀବିଡ଼ତା ବଢିବ ।

ସ୍ୱାତୀ ନକ୍ଷତ୍ର- ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢ଼ିବ, ଜୀବନର କୌଣସି ଲକ୍ଷ ପୂର୍ଣ୍ଣ ହେବ । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ବଢିବ ।

ବିଶାଖା ନକ୍ଷତ୍ର- ଆଜି ଘରୁ ବାହାରିଲା ବେଳେ ଖଣ୍ଡେ ଅନ୍ନପୂର୍ଣ୍ଣା ପତ୍ର ନିଜ ପାଖରେ ରଖି ବାହାରନ୍ତୁ ସବୁବକାମରେ ଜୟ ହେବ ।

ଶୁଭ ରଙ୍ଗ- ଧଳା

ପଶୁପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ଆଶୀର୍ବାଦ ପ୍ରାପ୍ତ ହେବ ।

ବିଛା ରାଶି

ବିଶାଖା ନକ୍ଷତ୍ର- ଆର୍ଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢ଼ିବ ଯୋଜନାରେ ଅସଫଳ ହେବେ ।

ଅନୁରାଧା ନକ୍ଷତ୍ର- ପାରିବାରିକ ମାନସିକ ଚାପ ବଢିବ, ଆର୍ଥିକ ଅନାଟନ ବଢ଼ିବ ।

ଜ୍ୟେଷ୍ଠା ନକ୍ଷତ୍ର- ଜୀବନ ଯୁର୍ଦ୍ଧରେ ସଂଘର୍ଷ ବଢିବ । ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ ।

ଶୁଭ ରଙ୍ଗ- ଧଳା

ତୁଳସୀ କାଠି ଘୋରି ଭଗବାନ ଶ୍ରୀଜଗନ୍ନାଥଙ୍କୁ ଲଗାନ୍ତୁ ଏବଂ ନିଜେ ମଥାରେ ଲଗାଇ ଦିନ କାଟନ୍ତୁ କଲ୍ୟାଣ ହେବ ।

ଧନୁ ରାଶି

ମୂଳା ନକ୍ଷତ୍ର- ନିଜଲୋକ ଠାରୁ ଦୂରରେ ରହି ମନସ୍ତାପ ବଢିବ, ଭବିଷ୍ୟତ ଚିନ୍ତା ଦ୍ୱିଗୁଣିତ ହେବ ।

ପୂର୍ବଷାଢା ନକ୍ଷତ୍ର- କୌଣସି ପ୍ରକାରର ଶୁଭ ସୂଚନା ବା ଖବର ପ୍ରାପ୍ତ ହୋଇ ଦିନଭରି ମନ ଉତ୍ସାହିତ ରହିବ ।

ଉତ୍ତରାଷାଢ଼ା ନକ୍ଷତ୍ର- ମାନସିକ ଶାନ୍ତି ସହିତ ମନ ମୂତାବକ ପରିବେଶ ମଧ୍ୟରେ ସମୟ ଅତିବାହିତ ହେବ ।

ଶୁଭ ରଙ୍ଗ- ଧଳା

କିଛି ତୁଳସୀ ପତ୍ର ଖାଇ ଗୃହରୁ ବାହାରିବେ ।

ମକର ରାଶି

ଉତ୍ତରାଷାଢ଼ା ନକ୍ଷତ୍ର- ଅର୍ଥର ଅଭାବ ରହିବ ତେଣୁ ନିଜର ଯାନବାହାନ କିମ୍ବା ଗୃହର କିଛି ଆସବାବ ବିକ୍ରି କରିବା ଭଳି ପରିସ୍ଥିତି ଉପୁଜିବ ।

ଶ୍ରବଣା ନକ୍ଷତ୍ର- କାମ ଗୁଡ଼ିକ ବିଗିଡ଼ି ଯିବ ଏବଂ ନିଜଲୋକ ଠାରୁ ଧୋକା ମିଳିବ, ଚିନ୍ତାଗ୍ରସ୍ତ ରହିବେ ।

ଧନିଷ୍ଠା ନକ୍ଷତ୍ର- ଅକସ୍ମାକ ଦୁର୍ଘଟଣା ସ୍ଥିତି ରହିବ, ଗୃହରୁ ବାହାରନ୍ତୁ ନାହିଁ ଏବଂ ବୃକ୍ଷ କିମ୍ବା ଯାନବାହାନ ଚଢନ୍ତୁ ନାହିଁ ।

ଶୁଭ ରଙ୍ଗ- ସବୁଜ

ସ୍ନାନପରେ ସୋରିଷ ତେଲର ଦୀପ ପଶ୍ଚିମ ଦିଗରେ ଶନି ମହାଗ୍ରହଙ୍କ ଉଦ୍ଦେଶ୍ୟରେ ଲଗାଇବେ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର- କାହା ସହିତ ମତାନ୍ତର ମନାନ୍ତର ହେବ, ଟଙ୍କା ପଇସାର ଅଭାବ ହେବ ।

ଶତଭିଷା- ପାଦତଳ ପିଡ଼ା ହେବ, ଜୀବନସାଥିର ଅସହଯୋଗ ମିଳିବ ଫଳରେ ଚିନ୍ତାଗ୍ରସ୍ତ ରହିବେ ।

ପୂର୍ବଭାଦ୍ର ନକ୍ଷତ୍ର- ଯାନବାହାନ ଭୟ ରହିବ, ଅଯଥା ଗଣ୍ଡଗୋଳିଆ ପରିସ୍ଥିତି ଷୃଷ୍ଟି ହେବ ।

ଶୁଭ ରଙ୍ଗ- ଧଳା

ମହାପ୍ରଭୁଙ୍କୁ ସମର୍ପି ଆଜି ଚଢ଼େଇ ମାନଙ୍କୁ ଖାଇବାକୁ ଦିଅନ୍ତୁ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର- ବିନା ଦୋଷରେ ଅପମାନିତ ହେବେ, ବିଶୃଙ୍ଖଳାର ଶିକାର ହେବେ ତେଣୁ ଆଜି ସତର୍କ ରହିବେ ।

ଉତ୍ତରଭାଦ୍ର ନକ୍ଷତ୍ର- ସମୟ ଏତେ ଅନୁକୂଳ ରହିବ ନାହିଁ, ଆୟ ଠାରୁ ବ୍ୟୟ ଅଧିକ ହେବ ଏବଂ ମାନସିକ ଅଶାନ୍ତି ରହିବ ।

ରେବତୀ ନକ୍ଷତ୍ର- ପ୍ରତି କ୍ଷେତ୍ରରେ ମନୋବାଞ୍ଛିତ ଫଳ ପ୍ରାପ୍ତ ହେବ, କିନ୍ତୁ ଛୋଟମୋଟ ଦୁର୍ଘଟଣା ଘଟିବ । ଓଁ ଉଗ୍ରତାରାୟ ନମଃ ଜପ କରନ୍ତୁ ।

ଶୁଭ ରଙ୍ଗ- ହଳଦିଆ

ହଳଦୀ ଚନ୍ଦନ ମଥାରେ ଟିକା ମାରନ୍ତୁ କଲ୍ୟାଣ ହେବ ।

ଗର୍ଗ ଜ୍ୟୋତିଷ

ଜ୍ୟୋତିର୍ବିଦ୍ ଶ୍ରୀପତି ଆଚାର୍ଯ୍ୟ

 

Leave a Reply