ଅଣ୍ଡା ଓ ଚିକେନ ଉପରେ କରୋନା ମାଡ଼, ଅଧା ହୋଇଗଲା ଚିକେନ ଦର

ନୂଆଦିଲ୍ଲୀ: ଚଳିତ ଦିନରେ ଅଣ୍ଡାର ଚାହିଦା ପୂର୍ବଭଳି ରହିଛି । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଲୋକ ଅଣ୍ଡାକୁ ଦୈନିକ ଖାଦ୍ୟରେ ସାମିଲ କରୁଛନ୍ତି । ଏହା ସତ୍ତ୍ୱେ ଅଣ୍ଡା ଓ ଚିକେନ ମୂଲ୍ୟରେ ବିରାଟ ପ୍ରଭାବ ପଡ଼ିଛି । ଏକ ସପ୍ତାହ ମଧ୍ୟରେ ଚିକେନ ଦର ଅଧାରୁ କମ୍‌ହ୍ରାସ ହୋଇଛି । ଅଣ୍ଡାର ଯଥେଷ୍ଟ ଚାହିଦା ଥିଲେ ମଧ୍ୟ ସପ୍ଲାଇରେ ବାଧା ସୃଷ୍ଟି ହୋଇଛି । ଫଳସ୍ୱରୂପ କୁକୁଡ଼ା ବ୍ୟବସାୟୀ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି ।

କେବଳ ଦେଶନୁହେଁ ବରଂ ଏସିଆର ସବୁଠାର ବଡ଼ ଚିକେନ ମଣ୍ଡି ଗାଜିପୁରରେ ଅନ୍ଧକାର ଛାଇ ଯାଇଛି । ଏହି ମଣ୍ଡିରୁ ଦୈନିକ ୫ ଲକ୍ଷ କୁକୁଧା ବାହାରକୁ ଯାଏ । କିନ୍ତୁ କରୋନା ପ୍ରଭାବରୁ ଏହାର ଅଧା ମଧ୍ୟ ସପ୍ଲାଇ ହୋଇପାରୁନାହିଁ ।

କୁକୁଡ଼ା ବ୍ୟବସାୟୀଙ୍କ କହିବା ହେଉଛି, ୮ରୁ ୧୦ ଦିନ ପୂର୍ବରୁ ଗାଜିପୁର ମଣ୍ଡିର ହୋଲସେଲର ସବୁଠାରୁ ଦାମୀ କୁକୁଡ଼ା କିଲୋପ୍ରତି ୧୧୫ରୁ ୧୨୦ ଟଙ୍କା ଦରରେ ବିକ୍ରି କରୁଥିଲେ । ହୋଲି ପରଠାରୁ ଏହି ଦର ଲଗାତାର ରହି ଆସୁଥିଲା । କିନ୍ତୁ ଦିଲ୍ଲୀରେ ସମ୍ପୂର୍ଣ୍ଣ ତାଲାବନ୍ଦ ଏବଂ ଅନ୍ୟ କେତେକ ରାଜ୍ୟରେ ସାପ୍ତାହିକ ତାଲାବନ୍ଦ ହେତୁ କୁକୁଡ଼ା ସପ୍ଲାଇ ଉପରେ ଏକ ବିରାଟ ଧରଣର ପ୍ରଭାବ ପଡ଼ିଛି । ଫଳ ସ୍ୱରୂପ ଦୈନିକ କୁକୁଡ଼ା ଦର ୧୦ରୁ ୧୫ ଟଙ୍କା ହ୍ରାସ ହେବାରେ ଲାଗିଛି । ରବିବାର ଗାଜିପୁରରେ କୁକୁଡ଼ା ମୂଲ୍ୟ କିଲୋପ୍ରତି ୬୫ ଟଙ୍କାରେ ବିକ୍ରି ହୋଇଥିବା ବେଳେ ସୋମବାର କୁକୁଡ଼ା ମୂଲ୍ୟ କିଲୋପ୍ରତି ୪୫ ଟଙ୍କାରୁ ଆରମ୍ଭ କରି ୫୮ ଟଙ୍କା ଦରରେ ବିକ୍ରି ହେଉଛି ।

ମାନ୍ୟା ଏକ୍‌ଟ୍ରେଡର୍ସର କହିବା ମୁତାବକ ଅଣ୍ଡାର ଚାହିଦା ତ ପୂର୍ବଭଳି ରହିଛି, କିନ୍ତୁ ବାଧକ ସାଜିଛି ଲକଡାଉନ । ଲକଡାଉନ ହେତୁ ବ୍ୟବସାୟ ମାଡ଼ ଖାଇଛି ଏବଂ କୁକୁଡ଼ା ବ୍ୟବସାୟରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି ।

ଶନିବାର ଓ ରବିବାର ଲକଡାଉନ ହୋଇଥିବା ବେଳେ ସୋମବାର ଓ ମଙ୍ଗଳବାର ଧାର୍ମିକ ବାର ହୋଇଥିବାରୁ ବ୍ୟବସାୟ ସମ୍ପୂର୍ଣ୍ଣ ଭାବରେ ଠପ୍‌ହୋଇ ଯାଇଛି ।

Leave a Reply