ମାସକ ପରେ ପଡ଼ିଛି ଛାଡଖାଇ, ଜାଣନ୍ତୁ କେଉଁ ଆମିଷର ଦାମ କେତେ ?
1 min readଭୁବନେଶ୍ୱର: ଶେଷ ହେଲା କାର୍ତ୍ତିକ ମାସ । ମାସକ କାର୍ତ୍ତିକ ବ୍ରତ ପରେ ଆଜି ପଡ଼ିଛି ଛାଡଖାଇ । ଆମିଷ ଦୋକାନରେ ଲାଗିଛି ଲୋକଙ୍କ ପ୍ରବଳ ଭିଡ଼। ସକାଳୁ ମାଛଠୁ ଆରମ୍ଭ କରି ମାଂସ ଦୋକାନରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ସେପଟେ ଲୋକଙ୍କ ଚାହିଦା ଅଧିକ ଦେଖି ଆମିଷ ଦ୍ରବ୍ୟ ମହଜୁଦ ରଖିଛନ୍ତି ଦୋକାନୀ ।
ଏଥରକ ମଙ୍ଗଳବାର ଛାଡ଼ଖାଇ ପଡ଼ିଥିବାରୁ କେତେ ଲୋକ ଆଜି ଛାଡ଼ଖାଇ କରିବା ପରିବର୍ତ୍ତେ ଆସନ୍ତା କାଲି କରିବାକୁ ଯାଉଛନ୍ତି । ତେବେ ଏସବୁ ମଧ୍ୟରୁ ବିଭିନ୍ନ ସ୍ଥାନରେ ଲୋକେ ମିଳିମିଶି ଭୋଜିଭାତର ଆୟୋଜନ କରିଛନ୍ତି । ସେହିପରି ଛାଡ଼ଖାଇ ପାଇଁ ଆମିଷ ଦୋକାନୀମାନେ ଭିଡ଼କୁ ଦେଖି ମାଛ, ମାଂସକୁ ମଧ୍ୟ ଚଢାଦରରେ ବିକ୍ରି କରୁଛନ୍ତି ।
ଆସନ୍ତୁ ଜାଣିବା ଆଜି କେଉଁ ଆମିଷ କେତେ ରେଟ୍
ରୋହି ମାଛ-୧୮୦
ଗ୍ରୀନ କାମ୍ପି- ୬୦୦ ଟଙ୍କା
ପାମ୍ପଲେଟ ମାଛ- ୨୮୦ ଟଙ୍କା
ନଈ ମିରକାଳି- ୨୫୦ ଟଙ୍କା
ସେଉଳ- ୫୦୦ ଟଙ୍କା
ଟାଇଗର ଫିସ- ୮୦୦ ଟଙ୍କା
ଖାସି ମାଂସ- ୭୦୦ ଟଙ୍କା
ଇଲିସି ମାଛ- ୬୦୦ ଟଙ୍କା
ରୂପଚାନ୍ଦି ମଛ- ୧୮୦ ଟଙ୍କା
ଦେଶି କୁକୁଡ଼ା- ୫୦୦ ଟଙ୍କା
ବଏଲର କୁକୁଡ଼ା- ୨୦୦ ଟଙ୍କା
ଚିଲିକା କଙ୍କଡ଼ା- ୫୦୦ ଟଙ୍କା
କଣ୍ଟାଳ ଚିଙ୍ଗୁଡ଼ି- ୩୦୦ ଟଙ୍କା