ଆଜି ବସିବ ଛତିଶା ନିଯୋଗ ବୈଠକ, ପହିଲି ଭୋଗ ନୀତି ନିର୍ଘଣ୍ଟ ଉପରେ ହେବ ଆଲୋଚନା

ପୁରୀ: ଆଜି ବସିବ ଛତିଶା ନିଯୋଗ ବୈଠକ । ମହାପ୍ରଭୁଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବୈଠକରେ ହେବ ଆଲୋଚନା । ସେହିଭଳି ୧୫ ତାରିଖରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ସେହିଦିନ ପହିଲି ଭୋଗ ନୀତି ନିର୍ଘଣ୍ଟ ଉପରେ ମୋହର ବାଜିବ । ଏହାସହ ଗୁରୁକୁଳ, ଶ୍ରୀଜଗନ୍ନାଥ ବଲ୍ଲଭ ରିକ୍ରିଏସନ ସେଣ୍ଟର, ପ୍ରମୋଦ ଉଦ୍ୟାନ, ଜମିଜମା ସମସ୍ୟା ଆଦି ପ୍ରସଙ୍ଗରେ ଆଲୋଚନା କରାଯିବ ।