ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ଏହିସବୁ ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ବସିବାକୁ ଯାଉଛି । ତେବେ ଅପରାହ୍ନ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଏଥିରେ ଆଗାମୀ ବିଧାନସଭା ଅଧିବେଶନରେ ଆସିବାକୁ ଥିବା ଅତିରିକ୍ତ ବଜେଟ୍ ଚିଠାକୁ ଅନୁମୋଦନ କରାଯାଇପାରେ ।

ସେହିପରି ୫.୩୦ରେ କ୍ୟାବିନେଟ ବୈଠକ ବସିବ । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍‌ସିଂ ଯୋଗେ ଉପସ୍ଥିତ ରହିବେ । ମନ୍ତ୍ରୀମାନେ ସଚିବାଳୟ ଓ ଜିଲ୍ଲା ହେଡକ୍ୱାର୍ଟରରୁ ଭିସି ଯୋଗେ ଯୋଡି ହେବେ । ଅତିରିକ୍ତ ବଜେଟକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇପାରେ। ଏହି ବୈଠକରେ ପ୍ରାୟ ୧୫ଟି ପ୍ରସ୍ତାବ ଉପରେ ଆଲୋଚନା ହେବା ନେଇ ଆକଳନ କରାଯାଉଛି । ଏଥିରେ ରାଜସ୍ୱ, ସ୍ୱାସ୍ଥ୍ୟ ଏବଂ ପୂର୍ତ୍ତ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି ।  ଅନ୍ୟପଟେ ଅନ୍ୟ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟର ବାଜିପାରେ ମୋହର ।

Leave a Reply