ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ବଜେଟ

1 min read

ଆଜି ସଂସଦରେ ଉପସ୍ଥାପନ ହେବ ୨୦୨୦-୨୧ ବର୍ଷର ବାର୍ଷିକ ବିତ୍ତୀୟ ବିବରଣୀ ବା ବଜେଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ବଜେଟ । ଦ୍ୱିତୀୟ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ବର୍ତ୍ତମାନ ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା ଦୃଷ୍ଟିରୁ ଚଳିତ ବର୍ଷର ବଜେଟ ଦଶନ୍ଧିର ସବୁଠୁ ଚ୍ୟାଲେଞ୍ଜିଂ ବଜେଟ ବୋଲି କୁହାଯାଉଛି । ଅର୍ଥନୀତିର ଇଞ୍ଜିନକୁ ପ୍ରଗତିର ପଟ୍‌ରିକୁ ଆଣିବା ହେବ ଚ୍ୟାଲେଞ୍ଜ । ଚଳିତବର୍ଷ ଚିନ୍ତା ବଢ଼ାଇଛି IMF ବା ଆନ୍ତର୍ଜାତିକ ମୁଦ୍ରାକୋଷର ରିପୋର୍ଟ । ଭାରତ ପାଇଁ ବିକାଶ ଦର ୪.୮ପ୍ରତିଶତ ରଖିଛି IMF ।

Leave a Reply