ରାଜଧାନୀର ବେଆଇନ ବିବାହ ମଣ୍ଡପରେ ପଡ଼ିବ ବିଏମ୍‌ସିର ତାଲା

ଭୁବନେଶ୍ୱର: ରାଜଧାନୀରେ ବେଆଇନ୍‌ ବିବାହ ମଣ୍ଡପ ବିରୋଧରେ ଆଜିଠୁ ବିଏମ୍‌ସିର କାର୍ଯ୍ୟାନୁଷ୍ଠାନ । ବାରମ୍ବାର ତାଗିଦ୍‌ ଓ ନୋଟିସ୍‌ ପରେ ମଧ୍ୟ ନଥିପତ୍ର ପ୍ରସ୍ତୁତ କରିନାହାନ୍ତି ମଣ୍ଡପ ମାଲିକ । ପ୍ରାୟ ୧୦୦ଟି ମଣ୍ଡପ ମାଲିକଙ୍କୁ ବିଏମ୍‌ସି ପକ୍ଷରୁ ନୋଟିସ୍‌ ଦିଆଯାଇଥିଲା ।

ମାସେରୁ ଅଧିକ ସମୟ ମହଲତ ମଧ୍ୟ ଦିଆଯାଇଥିଲା । ସମୟ ସୀମା ସରିବା ପରେ ବେଆଇନ୍‌ ମଣ୍ଡପକୁ ସିଲ କରି ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ନେବ। ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ଜୋନ୍‌ରେ ଏକକାଳୀନ ଚଢାଉ କରାଯିବ ।

ଅଗ୍ନି ନିରାପତ୍ତା ଓ ପାର୍କିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଏ ସମ୍ପର୍କରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

Leave a Reply