କଳା କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଭାରତ ବନ୍ଦ ପାଳନ

ଆଜି ୧୨ ଘଣ୍ଟା ଅଟକିବ ଭାରତ। କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। କୃଷି ଆଇନ ବିରୁଦ୍ଧରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଚକ ଅଖ ସବୁ ବନ୍ଦ ପାଇଁ ଆହ୍ବାନ ଦିଆଯାଇଛି। ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି। ଏହି ଡାକରାକୁ ସଫଳ କରିବା ପାଇଁ ଓଡ଼ିଶାରେ ମଧ୍ୟ ବିଭିନ୍ନ କୃଷକ ସଂଗଠନ, ଶ୍ରମିକ ସଂଗଠନ ଓ ବ୍ୟବସାୟୀକ ସଂଗଠନ ଅଣ୍ଟା ଭିଡ଼ିଛନ୍ତି । ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଘୋଷଣା କରାଯାଇଛି । ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବନ୍ଦ ସମୟରେ ଗାଡି ମଟର, ଦୋକାନ ବଜାର ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି ।

ସେପଟେ ଭାରତ ବନ୍ଦ ଡାକରା ପ୍ରଭାବ ଗୁଣୁପୁର ଠାରେ ଦେଖିବାକୁ ମିଳିଛି। ରାୟଗଡାଜିଲ୍ଲା ଗୁଣୁପୁର ଏସ୍ପିଗୁଡା ଛକ ନିକଟରେ ଆଜି ଅଖିଳ ଭାରତୀୟ କୃଷକ ମହାସଭା ପକ୍ଷରୁ ଟାୟାର୍ ଜାଳି ପ୍ରତିବାଦ କରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଗାଡି ଚଳାଚଳ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ସେହିପରି ଭାରତ ବନ୍ଦର ପ୍ରଭାବ ରାଉରକେଲା ସହରରେ ମଧ୍ୟ ପଡ଼ିଛି। ସହରରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି। ରାଉରକେଲା ଘରୋଇ ଵସଣ୍ଟାଣ୍ଡ ଠାରେ ସିଟୁ ଶ୍ରମିକ ସଂଗଠନ, ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ, ରାଉରକେଲା ହକର୍ସ ଆସୋସିଏସନ୍ ଓ ରାଉରକେଲା ମିନି ଵସ ଆସୋସିଏସନ୍ ପକ୍ଷରୁ ଵନ୍ଦକୁ ସମର୍ଥନ କରାଯାଇ ଵିଷୋଭ ପ୍ରଦର୍ଶନ କରାଯାଉଛି।

Leave a Reply