ଆଜି ବି ବ୍ୟାଙ୍କ ବନ୍ଦ, ରାସ୍ତାରେ ଗର୍ଜିବେ ବ୍ୟାଙ୍କ କର୍ମଚାରୀ

ନୂଆଦିଲ୍ଲୀ: ଗତକାଲି ଭଳି ଆଜି ବି ବନ୍ଦ ରହିବ ବ୍ୟାଙ୍କ । କେନ୍ଦ୍ର ସରକାରଙ୍କ ଘରୋଇକରଣକୁ ବିରୋଧ କରି ଦୁଇ ଦିନିଆ ବ୍ୟାଙ୍କ ବନ୍ଦ ଡାକରା ଦେଇଛି ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ୍ ୟୁନିଅନ୍ସ । ଯାହାର ପ୍ରଭାବ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିବ ।

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଘରୋଇ କମ୍ପାନୀ ହାତରେ ଟେକି ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଯାହକୁ ତୀବ୍ର ବିରୋଧ କରି ସାରା ଦେଶରେ ଡିସେମ୍ବର ୧୬ ଓ ୧୭ ତାରିଖରେ ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି । ବ୍ୟାଙ୍କ ବନ୍ଦ ଯୋଗୁଁ ସାଧାରଣ ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ପୂର୍ବରୁ ମଧ୍ୟ କେନ୍ଦ୍ର ସରକାରଙ୍କ ଘରୋଇକରଣ ନୀତିକୁ ବିରୋଧ କରି କର୍ମଚାରୀ ଆନ୍ଦୋଳନ ଓ ଧର୍ମଘଟ କରିଆସୁଥିଲେ । କେନ୍ଦ୍ର ସରକାର ଦାବି ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ଫୋରମ୍ ।

Leave a Reply