ଅଧୁରା କାର୍ଯ୍ୟ ହେବ ପୂରା, ଜାଣନ୍ତୁ ଆଜିର ରାଶିଫଳ
1 min readଆଜିର ପଞ୍ଚାଙ୍ଗ
ପୌଷ ମାସ କୃଷ୍ଣପକ୍ଷ,ସପ୍ତମୀ ତିଥି । ଧନୁ ୨୨ ଦିନ,ଉତ୍ତରଭାଦ୍ର ନକ୍ଷତ୍ର ସନ୍ଧ୍ୟା ୬ଟା ୨୩ ପର୍ଯ୍ୟନ୍ତ । ଏହା ପରେ ହସ୍ତା ନକ୍ଷତ୍ର ଆରମ୍ଭ ହେବ । ସୂର୍ଯ୍ୟ ଧନୁ ରାଶିରେ ଏବଂ ଚନ୍ଦ୍ର କନ୍ୟା ରାଶିରେ ରହିବେ । ଯୋଗିନୀ ବାୟବ୍ୟରେ ରହିବେ ସନ୍ଧ୍ୟା ୪ଟା ୦୭ ପରେ ଐଶାନ୍ୟକୁ ଯିବେ ।
ଶୁଭ ସମୟ- ଦିନ ୧୦ଟା ୦୪ ରୁ ଦିନ ୧୦ଟା ୪୭ । ସନ୍ଧ୍ୟା ୭ଟା ୫୯ ରୁ ରାତି ୧୧ଟା ୨୩ ମଧ୍ୟରେ । ଅଶୁଭ ସମୟ- ଦିନ ୨ଟା ୩୬ ରୁ ଦିନ ୩ଟା ୫୮ ମଧ୍ୟରେ । ଆଜି ମୃତେ ୩ ପାଦ ପୁଷ୍କର ଦୋଷ ଲାଗୁଛି ସନ୍ଧ୍ୟା ୬ଟା ୨୩ ପର୍ଯ୍ୟନ୍ତ ରହିଛି । ଭୂମି,ଅନ୍ନ,ତିଳକାଞ୍ଚନ ଦାନ କରନ୍ତୁ ।
ମେଷ-
ଅଶ୍ୱିନୀ ନକ୍ଷତ୍ର – ଅଧୁରା କାର୍ଯ୍ୟ ନିଶ୍ଚିତ ଭାବରେ ପୁରା ହୋଇଯିବ ।
ଦ୍ୱିଜା ନକ୍ଷତ୍ର-ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିବ ।
କୃତ୍ତିକା ନକ୍ଷତ୍ର- ଆର୍ଥିକ ଓ ମାଙ୍ଗଳିକ କାର୍ଯ୍ୟକୁ ନେଇ ଶୁଭ ସୂଚନା ପାଇବେ ।
ଗଙ୍ଗାଜଳରେ କର୍ପୂର ମିଶାଇ ନିଜ ଉପରେ ଛିଞ୍ଚି ଦିଅନ୍ତୁ ।
ବୃଷ-
କୃତ୍ତିକା ନକ୍ଷତ୍ର- ବନ୍ଧୁ ପରିଜନଙ୍କ ସହିତ ମତାନ୍ତର ଯୋଗୁ ସୁଖ ହାନୀ ଘଟିବ ।
ରୋହିଣୀ ନକ୍ଷତ୍ର- ନିଜ ଲୋକଙ୍କ ଠାରୁ ସ୍ନେହ, ଶ୍ରଦ୍ଧା,ସମ୍ମାନ ପାଇଁ ଅତି ଖୁସି ରହିବେ ।
ମୃଗଶିରା ନକ୍ଷତ୍ର- ପିଲାଙ୍କ ଚିନ୍ତା ଯୋଗୁ ସୁଖହାନୀ,ପରିବାରରେ ଅସନ୍ତୋଷ ଦେଖା ଦେବ ।
ପକ୍ଷୀମାନଙ୍କୁ ଖାଦ୍ୟପାଣି ରଖନ୍ତୁ ।
ମିଥୁନ-
ମୃଗଶିରା ନକ୍ଷତ୍ର- ବଡଭଉଣୀଙ୍କ ସହ ମତାନ୍ତର ହୋଇପାରେ, ସତର୍କ ରୁହନ୍ତୁ ।
ଆର୍ଦ୍ରା ନକ୍ଷତ୍ର- ପୂଜାର୍ଚ୍ଚନାରେ ସମୟ କଟିବ ।
ପୁନର୍ବସୁ ନକ୍ଷତ୍ର-ବନ୍ଧୁ କିମ୍ବା ଭାଇ,ଭଉଣୀଙ୍କ ସହ ମତାନ୍ତର ହୋଇପାରେ ।
ମା’ଙ୍କ ମନ୍ଦିରରେ ଦୁବ,ନାଲି ମନ୍ଦାର ଅର୍ପଣ କରନ୍ତୁ ।
କର୍କଟ-
ପୁନର୍ବସୁ ନକ୍ଷତ୍ର- ବ୍ୟବସାୟୀମାନଙ୍କର ଆର୍ଥିକ ପରିସ୍ଥିତି ଖରାପ ହୋଇପାରେ ।
ପୁଷ୍ୟା ନକ୍ଷତ୍ର- ଯେ କୌଣସି କ୍ଷେତ୍ରରେ ଅର୍ଥ ଲଗାଇଲେ ବି ଲାଭ ପାଇବେ ।
ଅଶ୍ଲେଷା ନକ୍ଷତ୍ର- ଧନ ଲାଭ, ସମ୍ମାନ ସହ କର୍ମକ୍ଷେତ୍ରରେ ଉନ୍ନତି ହେବ ।
ଘରେ ନିଜ ମା’ଙ୍କୁ ପ୍ରଣାମ କରି ଦହି ଖାଇବାକୁ ଦିଅନ୍ତୁ ।
ସିଂହ-
ମଘା ନକ୍ଷତ୍ର- କୌଣସି ବନ୍ଧୁଙ୍କ ଯୋଗୁ ଅସୁବିଧାରେ ପଡିପାରନ୍ତି ।
ପୂର୍ବାଫାଲଗୁନି ନକ୍ଷତ୍ର- ଦିନଟି ଭଲ ରହିବ, ସବୁ କାର୍ଯ୍ୟରେ ସଫଳ ରହିବେ ।
ଉତ୍ତରାଫାଲଗୁନି ନକ୍ଷତ୍ର- କୌଣସି କଥାକୁ ନେଇ ବାପାଙ୍କ ସହ ମତାନ୍ତର ହୋଇପାରେ ।
ସୂର୍ଯ୍ୟଦେବଙ୍କର ବୀଜ ମନ୍ତ୍ର ପାଠ କରି ତମ୍ବାପାତ୍ରରେ ଜଳ ଦାନ କରନ୍ତୁ ।
କନ୍ୟା-
ଉତ୍ତରାଫାଲଗୁନି- ଦିନଟି ମଧ୍ୟ ରହିବ, କୌଣସି ଦ୍ରବ୍ୟ ହଜିଯାଇପାରେ ।
ହସ୍ତା- ଉଭୟ ପୁରୁଷ,ମହିଳାମାନଙ୍କ ପାଇଁ ଦିନଟି ଭଲ ରହିବ ।
ଚିତ୍ରା- ଅଯଥା ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ ।
ସବୁଜ ରଙ୍ଗର ଯେ କୌଣସି ଦ୍ରବ୍ୟ ବ୍ୟବହାର କରନ୍ତୁ ।
ତୁଳା-
ଚିତ୍ରା ନକ୍ଷତ୍ର- ନିଜ ସନ୍ତାନଙ୍କୁ ନେଇ ଚିନ୍ତାରେ ରହିବେ ।
ସ୍ୱାତୀ ନକ୍ଷତ୍ର- ଆୟ ଯେତିକି ବ୍ୟୟ ମଧ୍ୟ ସେତିକି ରହିବ, ପରିବାରରେ ଶାନ୍ତି ରହିବ ।
ବିଶାଖା ନକ୍ଷତ୍ର- ଭାଇ କିମ୍ବା ଗୁରୁଜନଙ୍କ ସହ ମତାନ୍ତର ହୋଇପାରେ ।
ଘରେ ଆଜି କିଛି କର୍ପୂର ଆଳତି କରନ୍ତୁ ।
ବିଛା-
ବିଶାଖା ନକ୍ଷତ୍ର- ବାହାରକୁ ଗଲେ ଯାନବାହନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।
ଅନୁରାଧା ନକ୍ଷତ୍ର- ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ।
ଜ୍ୟୋଷ୍ଠା ନକ୍ଷତ୍ର- ଧନ ଲାଭ, ବନ୍ଧୁ ମିଳନ ହୋଇପାରେ ।
ଆଜି କେଶରର ତିଳକ ଲଗାଇ ଘରୁ ବାହାରିବେ ।
ଧନୁ-
ମୂଳା ନକ୍ଷତ୍ର- କୌଣସି ବନ୍ଧୁଙ୍କ ଯୋଗୁ କର୍ମକ୍ଷେତ୍ରରେ ଅପମାନ ପାଇପାରନ୍ତି ।
ପୂର୍ବାଷାଢା ନକ୍ଷତ୍ର-ପରିବାର ଏବଂ କର୍ମ କ୍ଷେତ୍ରରେ ନିଜର ପରିଶ୍ରମ ଯୋଗୁ ମାନ,ସମ୍ମାନ ପାଇବେ ।
ଉତ୍ତରାଷାଢା ନକ୍ଷତ୍ର- ସାମାନ୍ୟ କଥା ଆପଣଙ୍କୁ ଅପମାନତି କରାଇପାରେ ।
ନିଜ ଘର ସମ୍ମୁଖରେ ହଳଦୀ,ଅଟାରେ ସ୍ବସ୍ଥିକ ଚିହ୍ନ ଆଙ୍କନ୍ତୁ ।
ମକର-
ଉତ୍ତରାଷାଢା ନକ୍ଷତ୍ର- ମନ ଖରାପ ଯୋଗୁ ଦିନଟି ଖରାପରେ କଟିବ ।
ଶ୍ରବଣା ନକ୍ଷତ୍ର– ବହୁ ଦିନରୁ ଚିନ୍ତା କରିଥିବା କାମରେ ସଫଳତା ପାଇବେ ।
ଧନିଷ୍ଠା ନକ୍ଷତ୍ର – ନିଜର ପାରିବାରିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।
କଳାରାଶି ଓ ଗୁଡ ମିଶାଇ ଓସ୍ତଗଛ ମୂଳରେ ଅର୍ପଣ କରନ୍ତୁ ।
କୁମ୍ଭ ରାଶି-
ଧନିଷ୍ଠା ନକ୍ଷତ୍ର- କଠିନ ପରିଶ୍ରମ କରିଲେ ବି ସଫଳତା ମିଳିବ ନାହିଁ ।
ଶତଭିଷା ନକ୍ଷତ୍ର- କର୍ମକ୍ଷେତ୍ରରେ ଥିବା ବ୍ୟକ୍ତି ଓ ଗୃହିଣୀମାନେ ନିଜ କ୍ଷେତ୍ରରେ ପ୍ରଶଂସା ପାଇବେ ।
ପୂର୍ବଭାଦ୍ର ନକ୍ଷତ୍ର- ଅର୍ଥଜନିତ ସମସ୍ୟା ଯୋଗୁ ଚିନ୍ତାରେ ରହିବେ ।
ବଳଦକୁ ବିରିଜାତୀୟ ଖାଦ୍ୟ ଖାଇବାକୁ ଦିଅନ୍ତୁ ।
ମୀନ-
ପୂର୍ବଭାଦ୍ର ନକ୍ଷତ୍ର- କୌଣସି ଅଘଟଣ ଯୋଗୁ ଅଣ୍ଟାରେ ଆଘାତ ଲାଗିପାରେ ।
ଉତ୍ତରଭାଦ୍ର ନକ୍ଷତ୍ର- ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ ।
ରେବତୀ ନକ୍ଷତ୍ର- ବଡଭାଇଙ୍କର ସହଯୋଗରେ ନିଶ୍ଚୟ ସଫଳତା ପାଇବେ ।
କୁଆ ମାନଙ୍କୁ କିଛି ଖାଦ୍ୟ ଦିଅନ୍ତୁ ।
ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର
ଯୋଗାଯୋଗ ନମ୍ବର-୮୪୫୬୦୧୪୪୭୭