ଆଜି ସାରା ବିଶ୍ବରେ ପାଳନ ହେବ ଆର୍ଥ ଆଓ୍ବାର

1 min read

ନନ୍ଦିଘୋଷ ବ୍ୟୁରୋ : ପୃଥିବୀ ଲାଗି ଘଣ୍ଟାଟିଏ । ଆଜି ସାରା ବିଶ୍ବରେ ପାଳନ ହେବ ଆର୍ଥ ଆଓ୍ବାର । ଛୋଟିଆରୁ ବୃହତ ରାଷ୍ଟ୍ର- ସବୁଠି ପାଳନ ହେବ ଆର୍ଥ ଆଓ୍ବାର । ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣ ଦିଗରେ ସଚେତନା ସୃଷ୍ଟି ଆର୍ଥ ଆଓ୍ବାରର ରହିଛି ଆହ୍ବାନ । ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏ ପାଳିତ ହେବ ଆର୍ଥ ଆଓ୍ବାର । ପ୍ରତିବର୍ଷ ଏହି ସମୟରେ ସାରା ବିଶ୍ବରେ ଏହାକୁ ପାଳନ କରାଯାଇଥାଏ । ବିଶ୍ବ ବନ୍ଯଜନ୍ତୁ ପାଣ୍ଠି ବା WWF ପକ୍ଷରୁ ଏହା ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ଲାଇଟ ଓ ବୈଦ୍ୟୁତିକ ଯନ୍ତ୍ରାଦିକୁ ସୁଇଚ ଅଫ କରିବା ଲାଗି ଆହ୍ବାନ ଦିଆଯାଇଥାଏ ।

ବିଶ୍ବର ପ୍ରାୟ ୧୯୦ଟି ରାଷ୍ଟ୍ରରେ ଆଜି ଏହି ଦିବସ ପାଳନ ହେବ । ଗତବର୍ଷ ଦେଶର ୧୫୦ଟି ସ୍ଥାନ, କୀର୍ତ୍ତିରାଜି, ସରକାରୀ କୋଠା, ଶିକ୍ଷା ପ୍ରତିଷ୍ଠାନ, କର୍ପୋରେଟ ଅଫିସରେ ଆର୍ଥ ଆଓ୍ବାର ପାଳିତ ହୋଇଥିଲା । ଡବ୍ଲୁ ଡବ୍ଲୁ ଏଫ-ଇଣ୍ଡିଆ ପକ୍ଷରୁ ଗତବର୍ଷ ୧୨ଟି ସାଇକ୍ଲୋଥନ ଦେଶବ୍ଯାପୀ ଅନୁଷ୍ଠିତ ହୋଇଥିବାବେଳେ ୨ ହଜାର ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ । ପ୍ରଥମେ ୨୦୦୭ରେ ଅଷ୍ଟ୍ରେଲିଆ ସିଡନୀରେ ଏହାକୁ ପାଳନ କରାଯାଇଥିଲା । ପରେ ବିଶ୍ବରେ ଏହା ପାଳନ ହେବା ଆରମ୍ଭ ହୋଇଥିଲା । ଲାଇଟଗୁଡିକୁ ସୁଇଚ ଅଫ କରାଗଲେ ଗ୍ରୀନହାଉସ ଗ୍ଯାସ ହ୍ରାସ ସହ ଜୀବାଶ୍ମ ଇନ୍ଧନ ବ୍ଯବହାର ବନ୍ଦ ହୋଇଥାଏ । ଏହା ପୃଥିବୀ ପ୍ରତି ଅନୁକୂଳ ସାବ୍ୟସ୍ତ ହୋଇଥାଏ ।