ଦିଲ୍ଲୀରେ ୧୬ତମ ଜନଗଣନା ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ୧୬ ତମ ଜନଗଣନା ପାଇଁ ଆଜି ଦିଲ୍ଲୀରେ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଜନଗଣନା ପ୍ରକ୍ରିୟା ନେଇ କଣ ରହିବ ରୂପରେଖ । ଏଥିପାଇଁ କେତେ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର ସେନେଇ ବୈଠକରେ ଆଲୋଚନା କରାଯିବ ।

ଏପ୍ରିଲ ୧୬ରୁ ମେ ୧୬ ପର୍ଯ୍ୟନ୍ତ ଘର ଗଣନା ଏବଂ ଏପ୍ରିଲ ୧୬ରୁ ମେ’ ୩୧ ଯାଏଁ ହେବାକୁ ଥିବା ଏନ୍‌ପିଆର ଡାଟା ଅପଡେଟ୍‌ ପାଇଁ କିଭଳି ପ୍ରସ୍ତୁତ ଚାଲିଛି ଏହା ଉପରେ ମଧ୍ୟ ଆଲୋଚନା ହେବ । ସେପେଟ ଜାତିଭିତ୍ତିକ ଜନଗଣନାରେ ପଛୁଆ ବର୍ଗଙ୍କ ପାଇଁ ଏକ ସ୍ତମ୍ଭ ଯୋଡ଼ିବାକୁ ଓଡ଼ିଶା ସରକାର ପୂର୍ବରୁ କେନ୍ଦ୍ର ନିକଟରେ ଦାବି ଉଠାଇଛନ୍ତି ।

ରାଜ୍ୟର ମୁଖ୍ୟ ଶାସନ ସଚିବ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ନିକଟକୁ ଚିଠି ଲେଖି ପୁଣି ଥରେ ଏହାକୁ ମନେ ପକାଇ ଦେଇଥିବା ବେଳେ କେନ୍ଦ୍ର ଏହାକୁ ଗ୍ରହଣ କରିବ କି ନାହିଁ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

Leave a Reply