spot_img

Latest Posts

ସେଲିବ୍ରିଟିଙ୍କ ପ୍ରଚାର ନିକୋଟିନ୍ ସେବନ ପ୍ରତି କରୁଛି ଆକୃଷ୍ଟ…

ଭୁବନେଶ୍ବର : ତମ୍ବାଖୁକୁ ପାନ ମସଲା, ମଦ ବଦଳରେ ସୋଢା । ଏପରି କହି ଟିଭିରେ ବିଜ୍ଞାପନ ଆସୁଛି । ତାକୁ ପୁଣି ପ୍ରଚାର କରୁଛନ୍ତି ବଡ଼ ବଡ଼ ସେଲିବ୍ରିଟି । କ୍ରୀଡାବିତ ହୁଅନ୍ତୁ ବା ସିନେ ତାରକା, ସମସ୍ତେ ମାତିଛନ୍ତି ଏପରି ବିଜ୍ଞାପନରେ । ସେମାନଙ୍କୁ ଆଦର୍ଶ ଭାବି ଦେଖନ୍ତି ଫ୍ୟାନ । ଯେଉଁଥି ପାଇଁ ସେମାନେ ଯାହା ପ୍ରଚାର କରନ୍ତି, ତାକୁ ଆଦରି ନିଅନ୍ତି ଫ୍ୟାନସ୍ । ହେଲେ ଏଥି ପାଇଁ ଓଡ଼ିଶାର ୫୦ ପ୍ରତିଶତ ଲୋକ ତମ୍ବାଖୁ ସେବନ କରି ବିପଦ ଆଡ଼କୁ ମୁହାଁଉଛନ୍ତି । ତମ୍ବାଖୁ ନିରକାରଣ ରାଜ୍ୟସ୍ତରୀୟ ଟ୍ରେନିଂ କାର୍ଯ୍ୟକ୍ରମରେ ସରକାର ଏଥି ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ନିକୋଟିନ ନାହିଁ କହି ବିଜ୍ଞାପନ କରୁଛନ୍ତି । ହେଲେ ସେହି ତଥାକଥିତ ପାନ ମସଲା ଓ ସୋଢା ଲୋକଙ୍କ ସ୍ବାସ୍ଥ୍ୟ ବିଗାଡୁଛି । ଏଥି ପାଇଁ କର୍କଟ, ବ୍ରନକାଇଟିସ୍, ଉଚ୍ଚ ରକ୍ତଚାପ, ହୃଦଘାତ, ମଧୁମେୟ, ଶ୍ରବଣ ଓ ଦୃଶ୍ୟ ଶକ୍ତି ହ୍ରାସ ହେଉଛି । ତେବେ ସବୁଠାରୁ ବଡ଼ ଅସୁବିଧା ଉପୁଜୁଛି,  ଯେବେ ପୁରୁଷ ନପୁଂଶକ ହେଉଥିବାବେଳେ ମହିଳାଙ୍କ ପ୍ରସବଜନିତ ସମସ୍ୟା ଦେଖାଯାଉଛି । ଲୋକେ ଯାହାଙ୍କୁ ରୋଲ ମଡେଲ ଭାବେ ଗ୍ରହଣ କରିଛନ୍ତି, ସେମାନେ ଏପରି ବିଜ୍ଞାପନ ନକରି ଯୁବ ପୀଢୀଙ୍କ ପାଇଁ ସକରାତ୍ମକ ବାର୍ତ୍ତା ଦେବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।

୨୦୧୨ ମସିହାରୁ ତମ୍ବାଖୁ ଉପରେ ରୋକ ଲାଗିଛି । ହେଲେ ଏହା ଧର୍ମକୁ ଆଖିଠାର ପରି । ଦୋକାନରେ ମାଳମାଳ ତମ୍ବାଖୁ ସାମଗ୍ରୀ ବିକ୍ରି ହେଉଛି । ସାମାଜିକ କର୍ମୀଙ୍କ ପକ୍ଷରୁ ଚାପ ପଡ଼ିଲେ, ଚଢାଉ କରାଯାଉଛି । ହେଲେ ଏହାର ବିକ୍ରି ଉପରେ ବ୍ରେକ ଲାଗୁନି । କେବଳ ନାଁକୁ ମାତ୍ର ପ୍ୟାକେଟରେ ଲେଖାଯାଉଛି  ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ । ସଚିନ ତେନ୍ଦୁଲକର ପରି ଖେଳାଳୀ ଏ ଦିଗରେ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି । ବ୍ୟାଟରେ ତମ୍ବାଖୁ କମ୍ପାନୀ ଷ୍ଟିକର ଲଗାଇବାକୁ ତାଙ୍କ ପାଖକୁ ଅଫର ଆସିଥିଲା । ଏଥି ପାଇଁ କୋଟିଏ ଟଙ୍କା ବି ତାଙ୍କୁ ମିଳିଥାନ୍ତା । ହେଲେ ସେ ଏହାକୁ ଗ୍ରହଣ କରି ନଥିଲେ । କାରଣ ଜୀବନ ସାରା ତମ୍ବାଖୁ କି ମଦର ପ୍ରଚାର କରିବେନି ବୋଲି ସଚିନ ନିଜ ପିତା ରମେଶ ତେନ୍ଦୁଲକରଙ୍କ ପାଖରେ ଶପଥ କରିଥିଲେ । ଆଜି ଯାଏଁ ସଚିନ ଏହି ଶପଥକୁ ପାଳନ କରିଥିବାରୁ ସବୁ ବର୍ଗ ପାଇଁ ଆଦର୍ଶ ହୋଇ ରହିଛନ୍ତି ।

Latest Posts

Don't Miss