ରାଜ୍ୟ ସାରା ଖୁବଶୀଘ୍ର ବ୍ୟାପକ ହେବ ଚେକିଂ, ବ୍ଲକିଂ

1 min read

ଭୁବନେଶ୍ୱର: NHAIର ଉଦାସୀନତା ଯୋଗୁଁ ରାଜ୍ୟରେ ବଢୁଛି ଦୁର୍ଘଟଣା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଗୋଆରେ ଦୁର୍ଘଟଣାର ଅଡିଟ୍ କରିବ DIMTS । ସେପଟେ ପ୍ରଦର୍ଶନ ଭିତ୍ତିରେ ରାଜ୍ୟକୁ ସଡ଼କ ସୁରକ୍ଷା ଅନୁଦାନ ଦେବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ।

 To Minimize Road Accident Odisha Enhanced Checking, Blocking

ପ୍ରଦର୍ଶନ ଭିତ୍ତିରେ ମିଳିବ ସଡ଼କ ସୁରକ୍ଷା ଅନୁଦାନ । ଅର୍ଥ ଯୋଗାଇବ ୱାର୍ଲ୍ଡ ବ୍ୟାଙ୍କ ଓ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ । ୨୦୨୧-୨୨ ସୁଦ୍ଧା ରାଜ୍ୟ ସରକାରଙ୍କୁ ୫୦ ପ୍ରତିଶତ ଦୁର୍ଘଟଣା କମାଇବାକୁ କଣ୍ଟ ଦେଇଥିଲେ ସୁପ୍ରିମକୋର୍ଟ । କିନ୍ତୁ NHAIର ଉଦାସୀନତା ଲାଗି ପୂର୍ବ ବର୍ଷ ତୁଳନାରେ ୨୯ ପ୍ରତିଶତ ଦୁର୍ଘଟଣା ବଢ଼ିଛି । ଅନ୍ୟପଟେ ଜିଲ୍ଲା ସଡ଼କ ସୁରକ୍ଷା କମିଟିରେ ପୂର୍ବରୁ ଜିଲ୍ଲାପାଳ ଅଧ୍ଯକ୍ଷ ରହୁଥିବା ବେଳେ ସ୍ଥାନୀୟ ଆରଟିଓ ମେମ୍ବର ସେକ୍ରେଟାରୀ ଭାବେ କାମ କରୁଥିଲେ । ବର୍ତ୍ତମାନ ମେମ୍ବର ସେକ୍ରେଟାରୀ ଭାବେ NHAI ଅଥରିଟିଙ୍କୁ ଦାୟିତ୍ୱ ଦିଆଯାଇଛି । ଯାହା ଫଳରେ ସଡ଼କ ସୁରକ୍ଷା ବାଧାପ୍ରାପ୍ତ ହେବ ବୋଲି କୁହାଯାଉଛି ।

 To Minimize Road Accident Odisha Enhanced Checking, Blocking

ଦେଶରେ ଶହେ ଦୁର୍ଘଟଣାରେ ୩୬ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ଓଡ଼ିଶାରେ ମୃତ୍ୟୁ ହାର ଶତକଡ଼ା ୪୮ ପ୍ରତିଶତ ରହିଛି । NHAIର ଦାୟିତ୍ୱହୀନତାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିବା ସହ ଓଡ଼ିଶା, ପଶ୍ଚିମବଙ୍ଗ, ଗୋଆରେ ଦୁର୍ଘଟଣାର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ଇଣ୍ଟିଗ୍ରେଟେଡ୍ ମଲ୍ଟିମୋଡାଲ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ ଲିମିଟେଡ୍ ଦୋଷ ତ୍ରୁଟିର ପର୍ଯ୍ୟାଲୋଚନା କରିବ । ଏହାସହ ରାଜ୍ୟ ସାରା ଖୁବଶୀଘ୍ର ଚେକିଂ, ବ୍ଲକିଂକୁ ବ୍ୟାପକ କରାଯିବ । ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭିଂ, ଟ୍ରିପଲ ରାଇଡିଂ ଓ ହାଇ ସ୍ପିଡ୍ କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଗ୍ରହଣ କରାଯିବ ।

 To Minimize Road Accident Odisha Enhanced Checking, Blocking

କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଖୋଦ୍ ଭୁବନେଶ୍ୱରରେ ବିଗତ ୪ ମାସରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏଣୁ ଆହୁରି ଧନଜୀବନ ହାନୀ ହେବା ପୂର୍ବରୁ ବିଭାଗ ଏ ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।