spot_img

Latest Posts

ସାମାଜିକ ଦୂରତା ପାଳନ କରିବା ପାଇଁ ଗଛରେ ଘର ତିଆରି କଲେ ଏହି ବ୍ୟକ୍ତି

ଲକ୍ଷ୍ନୌ: ସାରା ବିଶ୍ୱରେ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଏଯାଏ କୌଣସି ଭ୍ୟାକସିନ୍‌ ତିଆରି ହୋଇ ପାରିନାହିଁ। ଏଭଳି ସ୍ଥିତିରେ କରୋନାରୁ ନିଜକୁ ବଞ୍ଚାଇବାକୁ ହେଲେ ସାମାଜିକ ଦୂରତା ରକ୍ଷା ଏକମାତ୍ର ବିକଳ୍ପ। ତେଣୁ ବାରମ୍ବାର ସରକାର ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଉଛନ୍ତି। ସରକାରଙ୍କ ଏହି ପରାମର୍ଶ ଜଣେ ବ୍ୟକ୍ତିଙ୍କ ଉପରେ ଏଭଳି ପ୍ରଭାବ ପକାଇଛି ଯେ, ସାମାଜିକ ଦୂରତା ରକ୍ଷା କରିବା ପାଇଁ ସେ ଗଛ ଉପରେ ନିଆରା ଭାବେ ଘର ତିଆରି କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ହାପୁର ଜିଲାର ଅସୋଧା ଗାଁରେ ରହୁଥିବା ମୁକୁଲ ତ୍ୟାଗି ମହାମାରୀ କରୋନାରୁ ବର୍ତ୍ତିବା ଲାଗି ଏଭଳି ଏକ ଉଦ୍ୟମ କରିଛନ୍ତି।

ସାମାଜିକ ଦୂରତା ରକ୍ଷା କରିବା ପାଇଁ ସେ ଗଛ ଉପରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ମୁକୁଲ ଗଛ ଉପରେ ଏକ ଘର ତିଆରି କରିଛନ୍ତି। ପୁଅର ସହାୟତାରେ ମୁକୁଲ ଗଛର ଡାଳରେ କାଠକୁ କାଠ ଖଞ୍ଜି ଏକପ୍ରକାର ଶେଯ ତିଆରି କରିଛନ୍ତି। ଏଠାରେ ବାପା ରହୁଥିବା ବେଳେ ପ୍ରତିଦିନ ତାଙ୍କ ପାଇଁ ଘରୁ ଖାଇବା ଆସିଥାଏ ବୋଲି ମୁକୁଲଙ୍କ ପୁଅ କହିଛନ୍ତି। ତେବେ ଗଛରେ ଘର ତିଆରି କରିବା ଓ ସେଠାରେ ରହିବା ତାଙ୍କ ପାଇଁ ଏକ ଅଲଗା ଅନୁଭୂତି ବୋଲି ମୁକୁଲ କହିଛନ୍ତି। ସୂଚନା ମୁତାବକ ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ୪ଶହରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି।

Latest Posts

Don't Miss