ପରିବା ଦୋକାନୀ ମେଥି କହି ଗଞ୍ଜେଇ ଦେଲା, ତରକାରୀ ଖାଇ ପୁରା ପରିବାର ଅସୁସ୍ଥ

ଉତ୍ତରପ୍ରଦେଶ: କନ୍ନୌଜ ଏକ  ବିଚିତ୍ର ଘଟଣା ସାମ୍ନକୁ ଆସିଛି । ଏଭଳି ଏକ ଘଟଣା ଯାହା ଆପଣ ଶୁଣିଲେ ପୁରା ଆଶ୍ଚର୍ଯ୍ୟ ହୋଇଯିବେ । ଯାହା ଆପଣ ଆଗରୁ କେବେ ଶୁଣି ନଥିବେ ସେହିଭଳି ଏକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟ କଲାଭଳି କଥାଟି ହେଉଛି ଗୋଟିଏ ପରିବାରର ୬ ଜଣ ସଦସ୍ୟ ଗଞ୍ଜେଇ ତରକାରି ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର କନ୍ନୌଜର ମିଆଗଞ୍ଜ ଗ୍ରାମରେ ।

ସୂଚନା ଅନୁଯାୟୀ, ସେଠାକାର ଜଣେ ସ୍ଥାନୀୟ ପରିବା ଦୋକାନୀ ଶନିବାର ଜଣେ ସ୍ଥାନୀୟ ଲୋକଙ୍କୁ ଗଞ୍ଜେଇ ବିକ୍ରି କରିଥିଲେ ଏହା ମେଥି ବୋଲି କହି । ପରିବା ବିକାଳି ତାଙ୍କୁ କଣ ଦେଲେ ତାହା ନଦେଖି ସିଧା ଘରକୁ ନେଇ ଚାଲିଯାଇଥିଲେ ସ୍ଥାନୀୟ ଲୋକ ଜଣକ । ଘରକୁ ଫେରି ରୋଷେଇ କରିବା ପାଇଁ ବୋହୂ ପିଙ୍କିଙ୍କୁ ପ୍ୟାକେଟ୍ ଦେଥିଲେ । ସନ୍ଧ୍ୟା ପ୍ରାୟ ୪ ଟା ବେଳେ ପିଙ୍କି ଏହାକୁ ନେଇ ରୋଷେଇ କରିଥିଲେ ।

ରୋଷେଇ ସରିବା ପରେ ସନ୍ଧ୍ୟା ସମୟରେ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ । ପରିବାର ୬ ଜଣ ସଦସ୍ୟ ଏହାକୁ ଖାଇ ଅସୁସ୍ଥ ହୋଇପଡ଼ିଥିଳେ ବୋଲି ଅମର ଉଜାଲା କହିଛନ୍ତି । ସେ କହିଛନ୍ତି ଏହାକୁ ଖାଇସାରିବାର କିଛି ସମୟ ପରେ ପରିବାରର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା । ତାପରେ ସେମାନେ ପଡ଼ୋଶୀଙ୍କୁ ଡାକ୍ତର ଡାକିବାକୁ କହିଥିଲେ । ଏହା ପରେ ପଡୋଶୀମାନେ ପୋଲିସକୁ ଖବର ଦେବା ପରେ ପୁରା ପରିବାରକୁ ଡାକ୍ତରଖାନାକୁ ନିଆଯାଇଥିଲା ।

ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କଲା, ସେତେବେଳେ ସେମାନେ ଏକ ପାତ୍ରରେ ରନ୍ଧା ହୋଇଥିବା ‘ଗଞ୍ଜେ ତରକାରି’ ଏବଂ ପ୍ୟାକେଟରେ ବଳକା ଥିବା ଗଞ୍ଜେଇ ଦେଖିଥିଲେ । ପୋଲିସ୍ ରନ୍ଧା ଏବଂ ରନ୍ଧା ନଥିବା ଖାଦ୍ୟକୁ ଜବତ କରିଛି । ପନିପରିବା ବେପାରିକୁ ମଧ୍ୟ ଅଟକ ରଖିଛି ପୋଲିସ ।

Leave a Reply