‘ବୁଲବୁଲ୍’ ପୂର୍ବରୁ ବର୍ଷିଲା ବୋମା, ଅଶାନ୍ତ ସାଉଥ୍ ୨୪ ପ୍ରଗଣା

1 min read

କୋଲକାତା: ପଶ୍ଚିମବଙ୍ଗକୁ ମାଡ଼ି ଆସୁଛି ଅତି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବୁଲବୁଲ୍’ । କିନ୍ତୁ, ଏଥିପାଇଁ ମମତା ବାନାର୍ଜୀଙ୍କ ଟିଏମସି ସରକାରର ଚିନ୍ତା ନାହିଁ । ସାଉଥ୍ ୨୪ ପ୍ରଗଣାରେ ବାସନ୍ତୀ ଅଞ୍ଚଳରେ ବାତ୍ୟା ପୂର୍ବରୁ ବୁଲେଟ୍ ଫୁଟିଛି, ବୋମା ପଡ଼ିଛି । ଟିଏମସିର ୨ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଉଗ୍ରରୂପ ନେଇଛି । ବୋମା ଓ ବୁଲେଟ୍ ମାଡ଼ରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

FILE PHOTO

ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଓ ଅଭିଷେକ ବାନାର୍ଜୀଙ୍କ ଯୁବ ତୃଣମୂଳ ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ପକ୍ଷରୁ ଲାଠିମାଡ଼ କରାଯାଇଛି । ବାତ୍ୟା ‘ବୁଲବୁଲ୍’ ପ୍ରଭାବରେ ସାଉଥ୍ ୨୪ ପ୍ରଗଣାରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ସରକାରୀ ଦଳରେ ଗୋଷ୍ଠୀ କନ୍ଦଳ ଚିନ୍ତା ବଢ଼ାଇ ଦେଇଛି ।

FILE PHOTO

ସାଉଥ୍ ୨୪ ପ୍ରଗଣାରେ ବୋମାମାଡ଼ ଓ ଗୁଳିଗୋଳା ବର୍ଷଣ କିଛି ନୂଆ କଥା ନୁହେଁ । ଲୋକସଭା ନିର୍ବାଚନ ପୂର୍ବରୁ ଓ ପରେ ଏହି ଅଞ୍ଚଳରେ ବାରମ୍ବାର ଏଭଳି ଅପ୍ରୀତିକର ଘଟଣା ଘଟୁଛି । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.