spot_img

Latest Posts

ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ୍ କଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁଥିବା ବେଳେ ଏହା ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘେରିବା ପାଇଁ ବିଜେପି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି ।

ଏଭଳି ସମୟରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗରେ ବିଜେପିର ଚେହେରା ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଇଛି । ଏଭଳି ସମୟରେ ମମତାଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି)ରେ ହଇଚଇ ଦେଖାଦେଇଛି ।

ଏହି ପରିପ୍ରେକ୍ଷୀରେ ଟିଏମସି ସାଂସଦ ସୌଗତ ରୟ ଗାଙ୍ଗୁଲିଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାଁନ୍ତି । ଏପରିକି ସେ ରାଜନୀତିରୁ ଦୂରେଇ ରହିବାକୁ ଗାଙ୍ଗୁଲିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦିଓ ବଙ୍ଗଳାରେ ଗାଙ୍ଗୁଲି ଲୋକପ୍ରିୟ, ତଥାପି ସେ ଗରୀବ ଲୋକଙ୍କ ସମସ୍ୟା ବିଷୟରେ ଅବଗତ ନାହାନ୍ତି ।

ସୌଗତ ରୟ ଆହୁରି କହିଛନ୍ତି ଯେ , ‘‘ଯଦି ଗାଙ୍ଗୁଲି ରାଜନୀତିକୁ ଆସନ୍ତି ତାହେଲେ ମୁଁ ଖୁସି ହେବି ନାହିଁ। କାହିଁକିନା ସେ ସବୁ ବଙ୍ଗୀୟମାନଙ୍କ ପାଇଁ ଏକ ଆଇକନ୍ । ସେ ବଙ୍ଗଳାର ଏକମାତ୍ର କ୍ରିକେଟ୍ ଅଧିନାୟକ ଥିଲେ, ଯିଏକି ଟେଲିଭିଜନ ଶୋ ଯୋଗୁଁ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲେ।

ତେବେ ରାଜନୀତିରେ ତାଙ୍କର କୌଣସି ପ୍ରକାରର ପୃଷ୍ଠଭୂମି ନଥିବାରୁ ସେ ଏଥିରେ ଅଧିକ ଦିନ ତିଷ୍ଠି ପାରିବେ ନାହିଁ।

Latest Posts

Don't Miss