ମୋଦି ସରକାରଙ୍କୁ ମହୁଆଙ୍କ ପ୍ରଶ୍ନ, ପରିବା ହିନ୍ଦୁ ଛେଳି ମୁସଲିମ କେମିତି ହେଲା ?
ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବର ସମର୍ଥମନରେ ଟିଏମସି ସାଂସଦ ମହୁଆ ମୈତ୍ର ଆଜି ସଂସଦରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସଂସଦରେ ସେ କହିଛନ୍ତି ପନିପରିବା ହିନ୍ଦୁ ଆଉ ଛେଳି ମୁସଲମାନ କେମିତି ହେଲା ? ମୋଦି ସରକାରଙ୍କୁ କଟାକ୍ଷ କରି ସେ କହିଛନ୍ତି ଆମେ ଏଭଳି ଗଣତନ୍ତ୍ରରେ ବଞ୍ଚୁଛୁ ଯେଉଁଠି ପ୍ରଧାନମନ୍ତ୍ରୀ ରାଜ୍ୟପାଳଙ୍କୁ କହୁଛନ୍ତି ଚୁପ୍ ରୁହ । ପିଏମ ମୋଦି ଆମ କଥା ଶୁଣିବେନି ଆଉ ଶେଷ ଦିନରେ ଆସି ଭାଷଣ ଦେବେ । ଏହାଠାରୁ ଆଉ ଦୁର୍ଭାଗ୍ୟପୂର୍ଣ୍ଣ କଣ ହୋଇପାରେ ଯେ ଆମ ପ୍ରଧାନମନ୍ତ୍ରୀ ସଂସଦକୁ ଆସିବାକୁ ମନା କରି ଦେଇଛନ୍ତି ନା ମଣିପୁର ଯିବାକୁ ମନା କରିଦେଇଛନ୍ତି ।
ଟିଏମସି ସାଂସଦ ଆହୁରି କହିଛନ୍ତି ଯେ ‘‘ମଣିପୁର ହି କାହିଁକି ରାଜସ୍ଥାନ, ଛତିଶଗଡ କାହିଁକି ନୁହେଁ ? ମୁଁ କହିବାକୁ ଚାହୁଁଛି ଯେ ମଣିପୁର ମାମଲା ଅଲଗା ଅଟେ । ଏହା ଏକ ସମୁଦାୟ ବିରୋଧରେ ଘୃଣ୍ୟ ଅପରାଧ । ଏକ କମ୍ୟୁନିଟି ବିରୋଧରେ ପୋଲିସ ଓ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଏଭଳି ସିଭିଲ ୱାର ଭାରତରେ କୌଣସି ସ୍ଥାନରେ ଦେଖିବାକୁ ମିଳିନାହିଁ । ତିନି ମାସରେ ୬୫୦୦ ମାମଲା ରୁଜୁ ସରିଲାଣି । ୬୦ ହଜାରରୁ ଊର୍ଦ୍ଧ୍ବ ଲୋକ ବିସ୍ଥାପିତ ହୋଇ ସାରିଲେଣି । ଅନ୍ୟ କେଉଁ ରାଜ୍ୟରେ ଏଭଳି ହୋଇନାହିଁ । ୩୦୦ରୁ ଅଧିକ ଧାର୍ମିକ ସ୍ଥଳ ଭଙ୍ଗା ସରିଲାଣି ’’ ।
‘‘ଯେଉଁ ପାପୀର ଗୁଣ ନୁହେଁ ଗୋତ୍ର ସହ ଅଧିକ ସମ୍ପର୍କ ନିବିଡ ସେ ଆଜି ଆମକୁ ହତ୍ୟା କରୁଛି । ଘୃଣାର ଲଢେଇ ମଧ୍ୟରେ ଦେଖନ୍ତୁ କଣ ହୋଇଯାଇଛି ? ପନିପରିବା ହିନ୍ଦୁ ଆଉ ଛେଳି ମୁସଲିମ ହୋଇସାରିଛି’’ ।