ଇଡ଼ିରେ ହାଜର ହେବେ ଅଭିଷେକ, ସିଆଇଡିରେ ଶୁଭେନ୍ଦୁ

1 min read

କୋଲକାତା: ଇଡିରେ ହାଜର ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀ । ଦିଲ୍ଲୀ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ପଶ୍ଚିମବଙ୍ଗରୁ ଦିଲ୍ଲୀ ଯାଇଛନ୍ତି ଅଭିଷେକ । ମନି ଲଣ୍ଡ୍ରିଂ ମାମଲାରେ ଇଡିରେ ହାଜର ହେବା ପାଇଁ ଅଭିଷେକଙ୍କୁ ପୂର୍ବରୁ ନୋଟିସ୍ କରିଥିଲା ଇଡି । କୋଲ୍ ବ୍ଲକ ଆବଣ୍ଟନ ମାମଲାରେ ଅନିୟମିତତା ଭାବେ ଅର୍ଥ ନେଣଦେଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ସେପଟେ ଏହି ମାମଲାରେ ଆଜି ଇଡିରେ ହାଜର ହେବା ନେଇ ଅଭିଷେକଙ୍କୁ ସୂଚନା ଦେଇଛନ୍ତି । ପୂର୍ବରୁ ଅଭିଷେକଙ୍କ ପତ୍ନୀଙ୍କୁ ମଧ୍ୟ ଇଡି ସମନ୍ କରିଥିଲା । ତେବେ କୋଭିଡ୍ କାରଣ ଦର୍ଶାଇ ଦିଲ୍ଲୀ ଯିବା ପାଇଁ ମନାକରିଥିଲେ ଅଭିଷେକଙ୍କ ପତ୍ନୀ ରୁଜିରା ବାନାର୍ଜୀ । ବିଜେପି ନିର୍ବାଚନ ହାରିବା ପରେ ପ୍ରତିଶୋଧ ପରାୟଣ ହୋଇ ଏଭଳି ରାଜନୀତି କରୁଥିବା କହିଛନ୍ତି ଅଭିଷେକ  ।

ସେପଟେ ପଶ୍ଚିମବଙ୍ଗ ରାଜନୀତିରେ ଏଯାଏଁ  ଥମିନାହିଁ  ବିଦ୍ରୋହ  । ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ସୁରକ୍ଷାଧିକାରୀ ହତ୍ୟା ଘଟଣାରେ ସିଆଇଡ଼ି ତରଫରୁ ହାଜର ହେବାକୁ କୁହାଯାଇଛି  ।  ବିଧାନସଭା ନିର୍ବାଚନରେ ବିଜେପି ଏବଂ ଶାସନରେ ଥିବା ତୃଣ ମୂଳ ମଧ୍ୟରେ ତୁହାକୁ ତୁହା ବିବାଦ ସୃଷ୍ଟି ହୋଇଥିଲା   । କିନ୍ତୁ ନିର୍ବାଚନର ୪ ମାସ ପରେ ମଧ୍ୟ କମିବାର ନାଁ ଧରୁନି ବିଜେପି-ଟିଏମସି କଳି  ।

Leave a Reply