ଟିଏମସି ନେତାଙ୍କ ଘରେ ବିସ୍ଫୋରଣ, ବଲ୍‌ ଭାବି ଖେଳୁଥିଲା ଭାଣିଜୀ

1 min read

କୋଲକତା: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣାରେ ଅଭାବନୀୟ ଘଟଣା  ।  ବସିର୍ ହାଟ ଜିଲ୍ଲା ସ୍ଥିତ ମୀନଖା ଥାନା ଅନ୍ତର୍ଗତ ଚପାଲି ଗ୍ରାମ ରେ TMC  ନେତା ଅବୁ ହୁସେନ ଗାୟେନଙ୍କ ଘରେ ବିସ୍ଫୋରଣ  ।

ଏଥିରେ ଜଣେ ଶିଶୁ ପ୍ରାଣ ହରାଇଛନ୍ତି  । ସେହିପରି କିଛି ଗୁରୁତର ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଘଟଣା ପରେ ଟିଏମସି ନେତା ଅବୁ ହୁସୈନଙ୍କୁ ଗିରଫ କରିଛି  । ଘଟଣା ଦିନ ସନ୍ଧ୍ୟା ୬ଟା ବେଳେ ଅବୁଙ୍କ ଘରକୁ କିଛି ନିକଟ ସମ୍ପର୍କୀୟ ଆସିଥିଲେ  । ଅବୁଙ୍କ ଭାଣିଜୀ ଘରେ ଥିବା ପୋଷା ଗଧର ଶରୀରରେ ବନ୍ଧା ଯାଇଥିବା ବୋମାକୁ ବଲ ଭାବି ଖେଳିବା ଆରମ୍ଭ କରିଦେଇଥିଲେ  ।

ଏହି ସମୟରେ ହଠାତ ସେଠାରେ ବିସ୍ଫୋରଣ ଘଟିଥିଲା  । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଟିଏମସି ନେତା ପୋଷା ଗଧ ଶରୀରରେ ବୋମା କାହିଁକି ବାନ୍ଧିଥିଲେ ? ଏହା ପଛରେ କୌଣସି ରାଜନୈତିକ ଷଡଯନ୍ତ୍ର ଥିଲା କି ? ଏସବୁ ଦିଗକୁ ତଦନ୍ତ ପରିସରକୁ ନେଇଛି ପୋଲିସ  ।

ପୋଲିସ ତାଙ୍କୁ ଗିରଫ କରି ଅଧିକ ପଚରାଉଚୁରା କରୁଛି  । ଉତ୍ତେଜନାକୁ ଦେଖି ଗାଁରେ ପୋଲିସ ମୁତୟନ କରାଯାଇଛି  । ଏହା ପୂର୍ବରୁ ଗତ ୬ ନଭେମ୍ବରରେ ପଶ୍ଚିମବଙ୍ଗର ଡେଗଙ୍ଗାରେ ଟିଏମସି ନେତାଙ୍କ ଘରେ ବିସ୍ଫୋରଣ ଘଟିଥିଲା  ।