ପଶ୍ଚିମବଙ୍ଗରେ ଓଡିଆରେ ପ୍ରଚାର କରୁଛି TMC, ୬୦୦ ଓଡିଆ ଭୋଟର ଖୁସ୍‌

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଓଡ଼ିଆ ଭାଷାରେ ତୃଣମୂଳ କଂଗ୍ରେସ ପକ୍ଷରୁ ପ୍ରଚାରପତ୍ର ଲେଖାକୁ ପ୍ରବାସୀ ଓଡ଼ିଆମାନେ ସ୍ବାଗତ କରିଛନ୍ତି । ପଶ୍ଚିମବଙ୍ଗରେ ଆସନ୍ତା ୮ ତାରିଖରେ ପଞ୍ଚାୟତ ନିର୍ବାଚନ ହେବ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ପାଇଁ ବଙ୍ଗଳା ସହ ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାରେ ପୋଷ୍ଟର, ବ୍ୟାନର ଓ କାନ୍ଥରେ ଲେଖା ଯାଇଛି ।

କିନ୍ତୁ ଟିଏମସି ପକ୍ଷରୁ ପ୍ରଥମ ଥର ଏସବୁ ଓଡ଼ିଆ ଭାଷାରେ ଲେଖା ହୋଇଥିବାରୁ ପ୍ରବାସୀ ଓଡ଼ିଆମାନେ ଖୁସି ପ୍ରକାଶ କରିଛନ୍ତି । ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ  ନିର୍ବାଚନ ପ୍ରଚାର ହିନ୍ଦୀ, ଉର୍ଦୁ ଓ ବଙ୍ଗୀୟ ଭାଷାରେ ପୋଷ୍ଟେର ଓ କାନ୍ଥରେ ଲେଖା ହୋଇଥିଲା  । କିନ୍ତୁ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଭୋଟରକୁ ନେଇ କୌଣସି ରାଜନୈତିକ ଦଳ ସମର୍ଥନ ଦେଖାଇ ନାହାନ୍ତି  ।

ପ୍ରଥମ ଥର ପଂଚାୟତ ନିର୍ବାଚନକୁ ନେଇ ଆସନ ସୋଲ ଜିଲ୍ଲା ସ୍ଥିତ ଜମୁଡ଼ିଆ ଥାନା ଅନ୍ତର୍ଗତ ତ୍ରିସ୍ତବ ପଂଚାୟତରେ ଟିଏମସି ଓଡିଆ ପୋଷ୍ଟର ମାରିଛି  । ଦଳ ପକ୍ଷରୁ ପଂଚାୟତରେ ରହୁଥିବା ପ୍ରାୟ ୬୦୦ ପ୍ରବାସୀ ଓଡ଼ିଆ ପରିବାରଙ୍କ କଥା ଚିନ୍ତା କରି ପ୍ରଥମ ଥର ପାଇଁ ପୋଷ୍ଟେର ଓ କାନ୍ଥରେ ଓଡ଼ିଆ ଭାଷାରେ ପ୍ରଚାର ଲେଖା ହୋଇଛି  ।