ଯୋଗୀଙ୍କୁ ଆଗାମୀ ନିର୍ବାଚନରେ ଚ୍ୟାଲେଞ୍ଜ କରିବେ ପୂର୍ବତନ IPS ଅଫିସର, ଜାଣନ୍ତୁ କିଏ…

ଲକ୍ଷ୍ନୌ: ଆଗାମୀ ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସୃଷ୍ଟି ହୋଇଛି ଅନେକ କଳ୍ପନାଜଳ୍ପନା । ଏହି ସବୁ ଭିତରେ ଶନିବାର ଉତ୍ତର ପ୍ରଦେଶର ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନ ଲଢିବାର ଘୋଷଣା କରିଛନ୍ତି । ଅମିତାଭ ଟ୍ୱିଟ୍ କରି କହିଛନ୍ତି, କାଲି ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନ ଲଢିବାର ଆଶା ପ୍ରକାଶ କରିବା ପରେ ସମସ୍ତ ସାଥୀ ଲଗାତାର ମୋତେ ତାଙ୍କ ବିରୋଧରେ ନିର୍ବାଚନ ଲଡିବା ପାଇଁ କହିଛନ୍ତି । ସବୁ କଥାକୁ ଗମ୍ଭୀରତାର ସହ ବିଚାର କରି ଏହି ନିଷ୍ପତ୍ତି ନେଇଛି। ଯେଉଁ ସ୍ଥାନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନା ଆଗାମୀ ବିଧାନସଭା ନିର୍ବାଚନ ଲଢିବେ। ମୁଁ ନିଶ୍ଚିତ ଭାବରେ ତାଙ୍କ ବିରୋଧରେ ନିର୍ବାଚନ ଲଢିବି।

ଏହା ପୂର୍ବରୁ ଶୁକ୍ରବାର ଟ୍ୱିଟ୍ କରି ଅମିତାଭ ଠାକୁର କହିଥିଲେ, ମୋର ଅନେକ ସାଥୀ କହୁଛନ୍ତି, ଆପଣ ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢନ୍ତୁ। ବିଚାର ଖରାପ ନୁହେଁ। ସେଭଳି ମୁଁ ବି ଜାଣିଛି ଯେ, ମୋ​‌ତେ ଖୁବ୍ କମ୍ ଭୋଟ ମିଳିବ। କାରଣ ମୋ ଭିତରେ ନେତାଙ୍କର ଗୁଣ ନାହିଁ। ତେବେ ଏକିତି କହିବି ଯେ, ନିର୍ବାଚନରେ ଯୋଗୀଙ୍କ ଆଚାର ସଂହିତାର ସମ୍ପୂର୍ଣ୍ଣ ଭାବରେ ପାଳନ କରିବା କରିବି।’

୧୯୯୨ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର ବିହାରର ମୂଳ ବାସିନ୍ଦା। ଉତ୍ତର ପ୍ରଦେଶର ସାତୋଟି ଜିଲ୍ଲାରେ ଏସପି ପଦ ସମ୍ଭାଳି ସାରିଥିବା ଅମିତାଭ ଠାକୁର ଜଣେ ନିଷ୍ଠାପର ପୋଲିସ ଅଧିକାରୀ ଭାବରେ ପରିଚିତ। ଏଥର ସେ ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢିବା କଥା କହିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

Leave a Reply