spot_img

Latest Posts

ସରିଲା ଅମଳ, ମିଳିଲାନି ଟୋକନ : ଟିଟିଲାଗଡ ପରାସରାରରେ ଚାଷୀ ଆଣିଲେ ଅଭିଯୋଗ

ଟିଟିଲାଗଡ : ଧାନ ଅମଳ ସରିଯାଇଛି , ଖଳାରେ ପଡି ରହିଛି ଶହ ଶହ କ୍ଵିଣ୍ଟାଲ୍ ଧାନ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟୋକନ ଆସିବ ଓ  ମଣ୍ଡିରେ ଧାନ ବିକ୍ରି କରି ୨ ପଇସା ରୋଜଗାର ହେବ ବୋଲି ଆଶା ରଖିଥିଲେ ଟିଟିଲାଗଡ ପରାସରାର ୨ ଭାଇ ୟଶପାଲ ସିଂହ ଓ ସନ୍ତୋଷ ସିଂହ। କିନ୍ତୁ ଚଳିତ ବର୍ଷ ସରକାରଙ୍କ ଦସ୍ତାବିଜରେ ଜମିର ଲୋକେସନ ଭୁଲ ଥିବା ଦର୍ଶାଇ ଆଉ ଟୋକନ ମିଳିନି। ଫଳରେ ଧାନ ବିକ୍ରି କରିନପାରି ହତାଶ ହୋଇପଡିଛନ୍ତି ଦୁଇ ଭାଇ। ତେବେ ଗତ ୨୫ରୁ ୩୦ ବର୍ଷ ହେବ କେମିତି ଟୋକନ ଆସୁଥିଲା ବୋଲି ପ୍ରଶାସନକୁ ଦୁହେଁ ପ୍ରଶ୍ନ କରିଛନ୍ତି।

ୟଶପାଲ ସିଂହ ଓ ସନ୍ତୋଷ ସିଂହଙ୍କର ୩୦ ଏକରରୁ ଅଧିକ ଜମି ରହିଛି। ଏହି ଜମିରୁ ଅଧିକାଂଶ ଜମିରେ ଚାଷ ହୋଇ ଭଳ ଅମଳ ହୋଇଥିଲା। କେବଳ ଏହି ଦୁଇ ଜଣ ନୁହେଁ ପରାସରା ପେକ୍ସ ଅଞ୍ଚଳରେ ପରେ ୨/୩ ଜଣ ଚାଷୀଙ୍କ ଏଭଳି ସମସ୍ଯା ଦେଖାଦେଇଥିଲା। ସମସ୍ଯା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ଓ ଖୁବଶୀଘ୍ର ସମସ୍ଯା ସମାଧାନ ହେବ ବୋଲି ଉଚାଧିକାରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପେକ୍ସ ସମ୍ପାଦକ। କିଛି ଟା ଭୁଲ ପାଇଁ ବନ୍ଦ ହୋଇଯାଇଛି ରୋଜଗାରର ବାଟ।

Latest Posts

Don't Miss