spot_img

Latest Posts

ତିରୁପତି ମନ୍ଦିରରେ ଲଡୁ ଲାଗି ବ୍ଯବହୃତ ଘିଅରେ ଗୋଚର୍ବି ପ୍ରସଙ୍ଗ: ଟେଣ୍ଡର ପ୍ରକ୍ରିୟାର ଧାରା ଉଲ୍ଲଂଘନ ହୋଇଥିବା ଆଶଙ୍କା

ନନ୍ଦିଘୋଷ ବ୍ୟୁରୋ: ତିରୁପତି ମନ୍ଦିରରେ ଲଡୁ ପ୍ରସ୍ତୁତି ଲାଗି ବ୍ଯବହୃତ ଘିଅରେ ଗୋଚର୍ବି ମିଶ୍ରଣ ପ୍ରସଙ୍ଗ। ଘିଅ ଯୋଗାଣ ପ୍ରକ୍ରିୟାରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାକୁ ନେଉ ଉଠିଲା ପ୍ରଶ୍ନ। ଆନ୍ଧ୍ରପ୍ରଦେଶରେ ୱାଇଏସଆର ସରକାର ଥିବା ସମୟରେ ଅଗଷ୍ଟ ୨୦୨୩ରୁ ଜୁଲାଇ ୨୦୨୪ ମଧ୍ଯରେ ତିରୁମାଲା ତିରୁପତି ଦେବସ୍ଥାନମ ବା ଟିଟିଡି ପକ୍ଷରୁ ଘିଅ ଅଣାଯାଇଥିବା ଜଣାଯାଇଛି। ଟେଣ୍ଡର ପ୍ରକ୍ରିୟାର ଧାରା ୮୦ ଅନୁଯାୟୀ, ଏନଏବିଏଲ ଦ୍ବାରା ମାନ୍ଯତାପ୍ରାପ୍ତ ଓ ଏଫଏସଏସଏଆଇ ସ୍ବୀକୃତିପ୍ରାପ୍ତ ଲାବରେଟୋରୀରୁ ଏକ କ୍ଲିୟରାନ୍ସ ସାର୍ଟିଫିକେଟ ଯୋଗାଣକାରୀ ସଂସ୍ଥା ଦାଖଲ କରିବାର ନିୟମ ରହିଛି।

ସେହିପରି ଧାରା ୮୧ ଅନୁସାରେ, ଲ୍ଯାବ ଟେଷ୍ଟିଂ ସକାଶେ ଟିଟିଡି ଘିଅର ନମୁନା ପଠାଇବା ଲାଗି ବ୍ଯବସ୍ଥା ରହିଛି। ଏସବୁ ସତ୍ତ୍ବେ ମନ୍ଦିରକୁ କିପରି ଅପମିଶ୍ରିତ ଘିଅ ଆସିଲା ତାହାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି। ଟିଟିଡି କାର୍ଯ୍ୟନିର୍ବାହୀ ଅଧିକାରୀ ଜେ.ଶ୍ଯାମଳା ରାଓ କହିଛନ୍ତି ଘିଅ ଯୋଗାଉଥିବା ଏଆର ଡାଏରୀ ଫୁଡ ପ୍ରାଇଭେଟ ଲିମିଟେଡକୁ କଳା ତାଲିକାଭୁକ୍ତ କରାଯାଇଛି। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛି କମ୍ପାନୀ। ଗତ ଜୁଲାଇ ୨୦୨୩ରେ କର୍ଣ୍ଣାଟକ ମିଲ୍କ ଫେଡେରେସନ ବା କେଏମଏଫ ନନ୍ଦିନୀ ଘିଅର ଦର ବୃଦ୍ଧିକରିଥିଲା। ସେହି ମାସରେ ତିରୁପତି ମନ୍ଦିରକୁ ଘିଅ ଯୋଗାଣ ବନ୍ଦ ନେଇ ନନ୍ଦିନୀ ଘୋଷଣା କରିଥିଲା। ଶସ୍ତାରେ ଘିଅ ଯୋଗାଉଥିବା ତାମିଲନାଡୁର ଏକ କମ୍ପାନୀ ଏଆର ଡାଏରୀ ଫୁଡକୁ ଘିଅ ଯୋଗାଇବା ଲାଗି ଅନୁମତି ଦେଇଥିଲା ଟିଟିଡି। ଏହି କମ୍ପାନୀ କେଜି ପିଛା ୩୨୦ ଟଙ୍କା ଦରରେ ଘିଅ ଯୋଗାଇଆସୁଥିଲା। ଜୁନ ୨୦୨୪ରେ ଚନ୍ଦ୍ରବାବୁ ନାଇଡୁ ସରକାର ଟିଟିଡିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଜେ.ଏସ. ରାଓଙ୍କୁ ନିଯୁକ୍ତି ଦେଇଥିଲା। ଗତ ଜୁଲାଇରେ ଏନଡିଡିବି କାଫ ଦାଖଲ କରିଥିବା ରିପୋର୍ଟରେ ଘିଅରେ ଗୋଚର୍ବି ଓ ମାଛ ତେଲ ମିଶିଥିବା ନେଇ ଅଭିଯୋଗ ଆଣିଥିଲା। ଗତ ଅଗଷ୍ଟରେ ନନ୍ଦିନୀ କମ୍ପାନୀ କେଜି ପିଛି ୪୭୦ ଟଙ୍କା ଦରରେ ଘିଅ ଯୋଗାଇବା ଲାଗି ଅର୍ଡର ପାଇଥିଲା। ସେପଟେ ଏଆର ଡାଏରୀକୁ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ। ଅଯୋଧ୍ଯାରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ତିରୁପତି ଲଡୁ ବଣ୍ଟାଯାଇଥିଲା।

Latest Posts

Don't Miss