ତିରୁପତି ଲଡ଼ୁ ବିବାଦ : ଘିଅ ଯୋଗାଉଥିବାର ସଂସ୍ଥାର ୪ ଜଣ ଗିରଫ

ତାମିଲନାଡୁ: ତିରୁପତି ଘିଅ ବିବାଦରେ ୪ ଜଣଙ୍କୁ ଗିରଫ କରିଛି ସିବିଆଇ। ମନ୍ଦିରକୁ ଘିଅ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବାର ସନ୍ଧାନ ପାଇବା ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଯେଉଁମାନେ ଗିରଫ ହୋଇଛନ୍ତି, ସେମାନଙ୍କ ସଂସ୍ଥାଗୁଡ଼ିକ ତିରୁପତି ମନ୍ଦିରକୁ ଘିଅ ଯୋଗାଉଥିଲେ। ସେହି ସଂସ୍ଥାଗୁଡ଼ିକ ହେଲା ତାମିଲନାଡୁର ଏଆର୍ ଡାଏରି, ଉତ୍ତର ପ୍ରଦେଶର ପ୍ରୟାଗ ଡାଏରି, ପ୍ରିମିୟର ଏଗ୍ରି ଫୁଡସ ଓ ଆଲଫା ମିଲ୍କ ଫୁଡସ।

କାଗଜପତ୍ରରେ ବ୍ୟାପକ ଜାଲିଆତି କରି ଏମାନେ ଟେଣ୍ଡର ପାଇଥିବାର ସୂଚନା ମିଳିଛି। କିଛି ଦିନ ତଳେ ତିରୁପତି ମନ୍ଦିରର ଲଡୁକୁ ନେଇ ବଡ଼ ବିବାଦ ହୋଇଥିଲା। ପ୍ରସାଦମ୍ ଲଡୁ ଯେଉଁ ଘିଅରେ ତିଆରି ହେଉଛି, ସେଥିରେ ପ୍ରାଣୀଜ ଚର୍ବି ମିଶିଥିବାରୁ ଅଭିଯୋଗ ହୋଇଥିଲା। ଏପରିକି ସୁପ୍ରିମକୋର୍ଟ ଯାଏ କଥା ଯାଇଥିଲା। ଅଭିଯୋଗର ସତ୍ୟତା ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ରାଜନୈତିକ କାରଣରୁ ଏପରି କରାଯାଇଥିବାର ଅଭିଯୋଗ ହୋଇଥିଲା। ଶେଷରେ ସିବିଆଇକୁ ଦିଆଯାଇଥିଲା ତଦନ୍ତ ଦାୟିତ୍ଵ। ଅନୁସନ୍ଧାନରୁ ସିବିଆଇ ଜାଣିବାକୁ ପାଇଛି, ଘିଅ ଯୋଗାଣରେ ବ୍ୟାପକ ଅନିୟମିତତା ହୋଇଛି।