ତିର୍ତ୍ତୋଲ ଉପନିର୍ବାଚନ : ବିଜୟ ବ୍ୟବଧାନ ବଢ଼ାଇବାକୁ ବିଜେଡ଼ିର ଉଦ୍ୟମ
ତିର୍ତ୍ତୋଲ : ଜଗତସିଂହପୁର ଜିଲା ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବ । ସେଠାରୁ ପ୍ରତିନିଧିତ୍ୱ କରୁଥିବା ବିଜେଡି ନେତା ବିଷ୍ଣୁ ଦାସଙ୍କ ବିୟୋଗ ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ନଭେମ୍ବର ୩ରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ଶାସକ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଛି । ଏହି ଆସନ ୨୦୦୯ ମସିହାରୁ ବିଜେଡି ଅକ୍ତିଆରରେ ରହିଆସିଛି । ତେଣୁ ବିଜେଡ଼ି ନିଜର ବିଜୟ ବୈଜୟନ୍ତୀକୁ ବଜାୟ ରଖିବା ପାଇଁ ଚାହୁଁଛି ।
ସେହିପରି ପ୍ରତି ବ୍ଲକରେ ପଞ୍ଚାୟତୱାରୀ ଜଣେ ଜଣେ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ପ୍ରଶାନ୍ତ ବେହେରା, ଚନ୍ଦ୍ରସାରଥୀ ବେହେରା, ଅରିନ୍ଦମ ରାୟ ପ୍ରମୁଖ ତୃଣମୂଳସ୍ତରରେ କାର୍ଯ୍ୟ କରୁଛନ୍ତି । ପ୍ରାଥମିକ ଭାବେ ସବୁ ବ୍ଲକରେ ଅଣଆନୁଷ୍ଠାନିକ ଭାବେ କର୍ମୀ ସମ୍ମିଳନୀ କରାଯାଇଥିଲା । ପ୍ରାର୍ଥୀପତ୍ର ଦାଖଲ ସମାପ୍ତ ହୋଇ ସାରିଛି । ପ୍ରାର୍ଥୀ ବିଜୟ ଶଙ୍କର ସ୍ଥାନୀୟ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସହ ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି ।