ବିଜେପିକୁ ଶକ୍ତ ଝଟକା, ବିଜେଡିରେ ମିଶିଲେ ପୂର୍ବ ନିର୍ବାଚନର ବିଧାୟକ ପ୍ରାର୍ଥୀ

1 min read

ତିର୍ତ୍ତୋଲ: ଉପନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେଉଛି ବିଜେଡି । ବିଜୁ ଜନତା ଦଳରେ ଯୋଗ ଦେଲେ ରମାକାନ୍ତ ଭୋଇ । ୨୦୧୯ ନିର୍ବାଚନରେ ସେ ବିଜେପି ଟିକେଟରେ ତିର୍ତ୍ତୋଲରୁ ଲଢ଼ିଥିଲେ । ସେ ୫୩ହଜାରରୁ ଅଧିକ ଭୋଟ ପାଇଥିଲେ । ରମାକାନ୍ତଙ୍କ ସହ ତାଙ୍କ ଶତାଧିକ ସମର୍ଥକ ବି ବିଜେଡିରେ ମିଶିଛନ୍ତି । ତାଙ୍କ ଯୋଗଦାନରେ ଦଳ ଆହୁରି ମଜବୁତ ହେବ ବୋଲି ସ୍ୱାଗତ ଭାଷଣରେ ଦେବାଶିଷ ସାମନ୍ତରାୟ କହିଛନ୍ତି । ଏହି ମିଶ୍ରଣ ସମାରୋହରେ ବିଧାୟକ ଦେବୀ ମିଶ୍ର, ଜଗତସିଂହପୁର ସାଂସଦ ରାଜେଶ୍ୱରୀ ମଲ୍ଲିକ, ଜିଲ୍ଲା ସଭାପତି ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଉପସ୍ଥିତ ଥିଲେ । ତିର୍ତ୍ତୋଲରେ ନବୀନ ବାବୁଙ୍କ ଆଦର୍ଶରେ ବିକାଶ କାର୍ଯ୍ୟକୁ ଆଗେଇବାକୁ ରମାକାନ୍ତ କାମ କରିବେ ବୋଲି କହିଛନ୍ତି ।

ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ୩ରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାନସଭା ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବତନ ମନ୍ତ୍ରୀ ତଥା ପ୍ରାକ୍ତନ ଯୋଜନା ବୋର୍ଡ ଉପାଧ୍ୟକ୍ଷ  ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେଉଛି । ଏନେଇ ଗତ ୯ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜେପି ରାଜ କିଶୋର ବେହେରାଙ୍କୁ ତାର ପ୍ରାର୍ଥୀ ଘୋଷଣା କରିଥିବା  ବେଳେ ଶାସକ ଦଳ ବିଜେଡି ଏବଂ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ ।

Leave a Reply