spot_img

Latest Posts

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତୀରଥ ସିଂ ରାଓ୍ୱତ, ନୂଆ ମୁଖ୍ୟମନ୍ତ୍ରୀ ପାଇଁ ଆଜି ବସିବ ବିଧାୟକ ଦଳ ବୈଠକ

ନୂଆଦିଲ୍ଲୀ: ପୁଣି ଉତ୍ତରାଖଣ୍ଡ ଦେଖିବ ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତୀରଥ ସିଂ ରାଓ୍ୱତ। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ତୀରଥ। ଆଜି ଅପରାହ୍ନ ୩ଟାରେ ଡେରାଡୁନରେ ବସିବ ବିଜେପି ବିଧାୟକ ଦଳର ବୈଠକ। ବୈଠକର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନେବେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଆଲୋଚନା ହେବ। ଦଳର ବରିଷ୍ଠ ନେତା ସତପାଲ୍ ମହାରାଜ, ଧନ ସିଂହଙ୍କ ସହ ୪ ଜଣ ନେତା ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି। ସାମ୍ବିଧାନିକ କାରଣ ପାଇଁ ତୀରଥ ସିଂ ରାଓ୍ୱତ ଇସ୍ତଫା ଦେଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ହେବା ପରେ ୬ ମାସ ମଧ୍ୟରେ ବିଧାୟକ ହେବାର ନିୟମ ରହିଛି। ତେବେ ଧାରା ୧୫୧ ଅନୁସାରେ ଯଦି କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ଥାଏ ସେହି ରାଜ୍ୟରେ ଆଉ ଉପନିର୍ବାଚନ ହୋଇପାରିବ ନାହିଁ। ଏଣୁ ତୀରଥ ଇସ୍ତଫା ଦେଇଥିବା କୁହାଯାଉଛି। ସେପଟେ ତୀରଥଙ୍କ ବିରୋଧରେ ଦଳୀୟ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି। ଆସନ୍ତାବର୍ଷ  ଆରମ୍ଭରୁ ଉତ୍ତରାଖଣ୍ଡରେ ନିର୍ବାଚନ ହେବ, ଏଭଳି ସ୍ଥିତିରେ ବିଜେପି ତୀରଥଙ୍କ ନେତୃତ୍ୱରେ ନିର୍ବାଚନ ଲଢିବାକୁ ଚାହୁଁନଥିବା ଚର୍ଚ୍ଚା ହେଉଛି। ଗତ ଏପ୍ରିଲ୍ ମାସରେ ତ୍ରିବେନ୍ଦ୍ର ସିଂ ରାଓ୍ୱତଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ତୀରଥ ସିଂ ରାଓ୍ୱତ। ୧୧୫ ଦିନ ଧରି ମୁଖ୍ୟମନ୍ତ୍ରୀ ହୋଇଥିବା ତୀରଥ ଅନେକ ପ୍ରସଙ୍ଗରେ ବିବାଦୀୟ ବୟାନ ଦେଇ ବେସ ଚର୍ଚ୍ଚାରେ ଥିଲେ।

Latest Posts

Don't Miss