ପୁଲୱାମା ଆକ୍ରମଣରେ ସହିଦଙ୍କ ପାଇଁ ଭୁବନେଶ୍ୱରରେ ବିରାଟ ତ୍ରିରଙ୍ଗା ଯାତ୍ରା
ଭୁବନେଶ୍ୱର: ପୁଲୱାମା ଆକ୍ରମଣରେ ସହିଦଙ୍କ ପାଇଁ ବିରାଟ ତ୍ରିରଙ୍ଗା ଯାତ୍ରା । ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଆଜି ୨ ବର୍ଷ ପୁରିଛି । ୨୦୧୯ ଫେବୃୟାରୀ ୧୪ରେ ଘଟିଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଦେଶର ୪୦ ଯବାନ ସହିଦ ହୋଇଥିଲେ । ହେଲେ ଆଜି ବି ଆଜିବି ସହିଦଙ୍କୁ ଝୁରୁଛି ମାତୃଭୂମି । ଆଜି ସେହି ବୀରପୁତ୍ରମାନଙ୍କୁ ମନପକାଇ ଭୁବନେଶ୍ୱରରେ ବିରାଟ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଛି ।
ଭୁବନେଶ୍ୱର ଉତ୍କଳ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ଶୋଭାଯାତ୍ରା ହୋଇଛି । ବାଣୀବିହାରରୁ ଏହି ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଯାଇଛି । ହଜାର ହଜାର ସଂଖ୍ୟକ ଯୁବକ, ସେନା କର୍ମଚାରୀ ଯବାନ ଏଥିରେ ସାମିଲ ହୋଇଛନ୍ତି । ଯୁବକଙ୍କ ମନରେ ଦେଶ ପ୍ରେମ ଭାବ ଜାଗ୍ରତ କିରବା ସହ ସହିଦଙ୍କୁ ମନେ ପକାଇବା ଉଦ୍ଦେଶ୍ୟରେ ଏଭଳି ଶୋଭାରଯାତ୍ରାର ଆୟୋଜନ କାରଯାଇଛି । ଅଧିକରୁ ଅଧିକ ସଂଖ୍ୟକ ଯୁବକ ସେନାବାହିନୀରେ ସାମିଲ ପାଇଁ ସେମାନଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ଆହ୍ୱାନ ଦିଆଯାଇଛି ।