୨୦୨୨ ଜୁନ୍ ସୁଦ୍ଧା ଓଡ଼ିଶାରେ ହୋଇଛି ସର୍ବାଧିକ ପୁଞ୍ଜିନିବେଶ

ଭୁବନେଶ୍ୱର: ଓଡ଼ିଶାରେ ହୋଇଛି ସର୍ବାଧିକ ପୁଞ୍ଜିନିବେଶ । ୨୦୨୨ ଜୁନ୍ ସୁଦ୍ଧା ୩୬ହଜାର ୮୨୮କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। କେନ୍ଦ୍ର ସରକାରଙ୍କ ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୦ରେ ଓଡ଼ିଶା ପୁଞ୍ଜିନିବେଶରେ ଚତୁର୍ଥ ସ୍ଥାନରେ ଥିଲା । ସେହିବର୍ଷ ରାଜ୍ୟରେ ୨୮ହଜାର ୯୫୪କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିଲା। ୨୦୨୧ରେ ପୁଞ୍ଜିନିବେଶ ୮୯ହଜାର ୧୬୭କୋଟିକୁ ବୃଦ୍ଧି ପାଇଥିଲା । ସେହିବର୍ଷ ଓଡ଼ିଶା ପୁଞ୍ଜିନିବେଶରେ ଦେଶରେ ଦ୍ୱିତୀୟ ସ୍ଥାନରେ ଥିଲା । ତେବେ ଚଳିତ ବର୍ଷ ପୁଞ୍ଜିନିବେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ଓଡ଼ିଶା।