କୋହଲିଙ୍କ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା
1 min readନନ୍ଦିଘୋଷ ବ୍ୟୁରୋ: ଶନିବାର ଚେନ୍ନାଇରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଅପରାଜିତ ୭୨ ରନ୍ କରି ଭାରତ ବିଜୟର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ତିଲକ ବର୍ମା । ଏହି ମ୍ୟାଚରେ ତିଲକ ବର୍ମା ଦର୍ଶକଙ୍କ ମନମୋହିମା ସହ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଟି-ଟ୍ୱେଣ୍ଟିରେ ସର୍ବାଧିକ ରନ୍ ସଂଗ୍ରହ କରି ବିଶ୍ୱ ରେକର୍ଡ କରି ପାରିଛନ୍ତି। ତିଲକ, ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି କ୍ରମାଗତ ଚାରିଟି ଟି-୨୦ ଇନିଂସରେ ସର୍ବାଧିକ ରନ୍ ସଂଗ୍ରହ କରିବାରେ ସଫଳ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି । ତିଲକ ବର୍ମା (318), ବିରାଟ କୋହଲି (258), ସଞ୍ଜୁ ସାମସନ (257), ରୋହିତ ଶର୍ମା (253) ଏବଂ ଶିଖର ଧାୱନ (252) ଙ୍କ ପୂର୍ବ ରେକର୍ଡ ଅତିକ୍ରମ କରିଛନ୍ତି ତିଲକ ବର୍ମା।
ପୂର୍ବ ତିନୋଟି ଟି-୨୦ ଇନିଂସରେ 19 ରନ୍ ନଟଆଉଟ,120 ରନ୍ ଏବଂ 107 ରନ୍ ନଟଆଉଟ ସ୍କୋର କରିଥିବା ଏହି ବାମହାତି ବ୍ୟାଟସମ୍ୟାନ ଚେନାଇ ଟି-୨୦ ମ୍ୟାଚରେ 72 ରନ୍ କରି ଅପରାଜିତ ରହିଥିଲେ। ତିଲକଙ୍କ ଏହି ଇନିଂସ ଭାରତକୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ରେ ଭାରତକୁ ୨/୦ ଲିଡ୍ ଦେବାରେ ସାହାଯ୍ୟ କରିଥିଲା । ଏହି ରେକର୍ଡ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ମାର୍କ ଚାପମ୍ୟାନ୍ଙ୍କର ଥିଲା, ଯିଏ ୱିକେଟ୍ ହରାଇ 271 ରନ୍ ସଂଗ୍ରହ କରିଥିଲେ। ସର୍ବକାଳୀନ ରେକର୍ଡ଼ ତାଲିକାରେ ଶ୍ରେୟସ୍ ଆୟର (240), ଆରୋନ ଫିଞ୍ଚ୍ (240) ଏବଂ ଡେଭିଡ ୱାର୍ଣ୍ଣର (239) ରନ୍ କରିଛନ୍ତି।