ଏଠାରେ ପୋଷା କୁକୁର ହେଉଛି ବାୟୁ ସେନା ମୁଖ୍ୟ, ନିଯୁକ୍ତି ଦେଲେ ଖୋଦ ଦେଶର ରାଜା

ଥାଇଲାଣ୍ଡ: ରାଜା ମହାରାଜାମାନଙ୍କ ସଉକ କାହିଁରେ କ’ଣ । ଏବର ଯୁଗରେ ଥାଇଲାଣ୍ଡର ରାଜା ଏହାର ଜୀବନ୍ତ ଉଦାହରଣ । ରାଜାଙ୍କର ୩ ପତ୍ନୀ ଅଛନ୍ତି, ଏହା ସତ୍ବେ ତାଙ୍କ ନିକଟରେ ରହିଛନ୍ତି ୨୦ ଜଣ ସେକ୍ସ ସୋଲଜର (ଯେଉଁମାନଙ୍କୁ ବ୍ୟକ୍ତିଗତ ଅଙ୍ଗରକ୍ଷୀ ମାନ୍ୟତା ଦିଆଯାଇଛି) । ଏବେ ନିକଟରେ ଥାଇ ରାଜା ତାଙ୍କର ପୁଡ଼ୁଲ୍ ପ୍ରଜାତିର ପୋଷା କୁକୁର ‘ଫୁଫୁ’କୁ ଦେଶର ବାୟୁ ସେନା ମୁଖ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି ।
କେବଳ ସେତିକି ନୁହେଁ ଏହି କୁକୁର, ନିଜର ବ୍ୟକ୍ତିଗତ ଅଙ୍ଗରକ୍ଷୀ, ପତ୍ନୀ ଓ ଚାକରବାକରଙ୍କୁ ଧରି ଜର୍ମାନ ବୁଲିବାକୁ ଯାଇଛନ୍ତି । ସେଠାରେ ଏକ ପଞ୍ଚତାରକା ହୋଟେଲର ୪ର୍ଥ ମହଲାକୁ ସମ୍ପୂର୍ଣ୍ଣ ଭାବରେ ରାଜା ଓ ତାଙ୍କ ଲୋକଙ୍କ ପାଇଁ ବୁକିଂ କରାଯାଇଛି ।
ଥାଇଲାଣ୍ଡରେ ସରକାରଙ୍କ ନୀତିକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଛି । କେବଳ ସରକାର ନୁହେଁ ରାଜାଙ୍କ ବିରୋଧରେ ଲୋକମାନେ ନିଜର କ୍ରୋଧ ପ୍ରକଟ କରୁଛନ୍ତି । ରାଜା ମହା ଭାଜିରାଲୋଙ୍ଗକର୍ଣଙ୍କ ବିରୋଧରେ ମଧ୍ୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ପ୍ରଧାନ ଖାନ ଓଚାଙ୍କ ଇସ୍ତଫା ଏବଂ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବା ପରେ ଏକ ସମୟରେ ୪ଜଣ ରୁ ଅଧିକ ଲୋକଙ୍କ ସମାବେଶ ଉପରେ ନିଷେଧାଦେଶ ଜାରି ହୋଇଛି, କିନ୍ତୁ ଏହା ସତ୍ତ୍ୱେ ଗତ ଏକ ସପ୍ତାହ ଧରି ବିକ୍ଷୋଭକାରୀମାନେ ଏକତ୍ରିତ ହୋଇ ରାଜତନ୍ତ୍ର ବିରୋଧରେ ଗଣତନ୍ତ୍ର ଦାବି କରି ଆସୁଛନ୍ତି ।
ରାଜତନ୍ତ୍ର ବିରୁଦ୍ଧରେ ଥାଇଲ୍ୟାଣ୍ଡର ଲୋକଙ୍କ କ୍ରୋଧ ମଧ୍ୟ ସ୍ବାଭାବିକ । କରୋନା ସଂକ୍ରମଣ ଏବଂ ତାଲାବନ୍ଦ ଯୋଗୁଁ ଦେଶର ଲୋକମାନେ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ଥାଇ ରାଜା ତାଙ୍କର ୨୦ ସେକ୍ସ ସୋଲଜର, ୪ ପତ୍ନୀ ଏବଂ ସମସ୍ତ ଚାକରଙ୍କ ସହ ଜର୍ମାନୀ ଗସ୍ତରେ ଅଛନ୍ତି । ଏଠାରେ ଏକ ପଞ୍ଚତାରକା ହୋଟେଲର ଏକ ପୂରା ମହଲା ରାଜା ଏବଂ ତାଙ୍କ ସହଯୋଗୀମାନଙ୍କ ପାଇଁ ବୁକ୍ କରାଯାଇଛି ।