ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଟପିଲା ଟିକଟକ୍

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ବାୟାରେ ମାୟା ଯୁବପିଢି । ସ୍ନାପଚାଟରୁ ହେଲୋ, ଇନଷ୍ଟାଗ୍ରାମ୍ ଆଉ ଫେସବୁକ । ସବୁଥିରେ ଛାଇ ଯାଇଛନ୍ତି ଯୁବପିଢି । ହେଲେ, ଜାଣିଛନ୍ତି କି ଏସବୁ ଆପ୍ ମଧ୍ୟରୁ ଗୁଗୁଲରୁ ଅଧିକ କାହାକୁ କରାଯାଇଛି ଡାଉନଲୋଡ୍ । ହଁ, ଏହି ଆପ୍ ହେଉଛି ଭିଡିଓ ତିଆରି କରି ସେୟାର କରୁଥିବା ଟିକଟକ୍ ।୨୦୧୯ ବର୍ଷରେ ସର୍ବାଧିକ ଡାଉନଲୋଡ ହୋଇଥିବା ଲୋକପ୍ରିୟ ଆପ୍ ହେଉଛି ଟିକଟକ୍ । ଏହା ଲୋକପ୍ରିୟ ଆପ୍ ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ପଛରେ ପକାଇ ନୂଆ ରେକର୍ଡ ସୃଷ୍ଟି କରିଛି । ସେନସର ଟାୱାର ରିପୋର୍ଟ ରାଙ୍କିଂ ଅନୁସାରେ ସେପ୍ଟେମ୍ବର ୨୦୧୯ରେ ସାରା ବିଶ୍ୱରେ ଏହାକୁ ଅଧିକଥର ଡାଉନଲୋଡ କରାଯାଇଛି ।
ଟିକଟକ୍ ପରେ ଦ୍ୱିତୀୟ ଲୋକପ୍ରିୟ ଆପ୍ ଭାବେ ଲୋକେ ଫେସବୁକକୁ ଅଧିକ ଡାଉନଲୋଡ୍ କରିଥିବା ରିପୋର୍ଟରେ କୁହାଯାଇଛି । ଏହା ପଛକୁ ତୃତୀୟରେ ରହିଛି ଇନଷ୍ଟାଗ୍ରାମ, ଚତୁର୍ଥ ଲାଇକ୍ ଆପ୍ ଓ ପଞ୍ଚମ ସ୍ଥାନରେ ସ୍ନାପଚାଟ ରହିଛି ।