ଲିଙ୍କରେ ଆସୁଛି ଟିକଟକ୍, ଟେର୍ ପାଉନି ସାଇବର ପୋଲିସ, ଜାଣନ୍ତୁ ପୁରା ବିଷୟ……………

Tiktok Reaches to Users through new unknown link

ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରଭାବିତ ହେବା ହେତୁ ଟିକଟକକୁ ଦେଶର ବ୍ୟାନ କରାଗଲା । ଚୀନ୍ ସହ ସମ୍ପର୍କ ତିକ୍ତତାର ଶୀର୍ଷରେ ଥିବା ବେଳେ ନାଗରିକଙ୍କର କୌଣସି ପ୍ରକାର ତଥ୍ୟକୁ ଅସୁରକ୍ଷିତ କରିବା ଉଚିତ୍ ନଥିଲା । ଏଣୁ ଟିକଟକ୍ ସମେତ ୫୯ଟି ଆପ୍ ବ୍ୟାନ ହେଲା । ତେବେ ସତରେ କ’ଣ ଦେଶରେ ଟିକଟକ୍ ବ୍ୟବହାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇସାରିଛି । ବ୍ୟବହାରକାରୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ କମିଛି ଏକଥା ସତ, ମାତ୍ର ପୁରା ପୁରି ରୋକ୍ ଲାଗିଯାଇଛି ବୋଲି ଭାବିବା ଭୁଲ୍ ହେବ ।

ଗୁଗଲ୍ ଆପରେ ଭାରତୀୟମାନଙ୍କ ପାଇଁ ଉପଲବ୍ଧ ହେଉନଥିବା ଏହି ଆପ୍ ପାଇଁ ଏବେ ବିକଳ୍ପ ଉପାୟ ବାହାରି ଆସିଛି । ସୋସିଆଲ୍ ମିଡିଆରେ ଟିକଟିକ୍ ଡାଉନଲୋଡ୍ କରିବା ପାଇଁ କିଛି ଲିଙ୍କ ଘୂରି ବୁଲୁଛି । ସୁରତର ଅନେକ ଲୋକେ ଏହି ଲିଙ୍କ ମାଧ୍ୟମରେ ଟିକଟକ୍ ଆପ୍ ଡାଉନଲୋଡ୍ କରୁଛନ୍ତି । ତେବେ ଏହି ଲିଙ୍କ କେଉଁଠାରୁ ଆସିଛି ଓ କିଏ ଏସବୁକୁ ଜେନେରେଟ୍ କରୁଛି ସେନେଇ ସ୍ପଷ୍ଟ ଚିତ୍ର ଏଯାବତ୍ ମିଳିପାରୁନାହି । ସାଇବର ବିଶେଷଜ୍ଞ, ହାକର୍ ଓ ସାଇବର ପୁଲିସ ମଧ୍ୟ ଏଭଳି କାର୍ଯ୍ୟକଳାପର ଚେର ଖୋଜି ପାଉନି ।

ଏହି ଲିଙ୍କ ମାଧ୍ୟମରେ ଆପ୍ ଡାଉନଲୋଡ୍ କରିବା ଏକଦମ ସହଜ ହୋଇଥିବା ହେତୁ ଦେଶରେ ଟିକଟକ୍ ପ୍ରତି ଆକୃଷ୍ଟ ଥିବା ବ୍ୟବହାରକାରୀମାନେ ପୁଣି ଥରେ ଆପ ଇନଷ୍ଟଲ୍ କରି ଟିକଟକ୍ ଭିଡିଓ ବନାଇବା ଆରମ୍ଭ କଲେଣି । ତେବେ ସୋସିଆଲ ମିଡିଆ ମାଧ୍ୟମରେ ଏହି ଲିଙ୍କ ଭାରତୀୟଙ୍କ ପାଖରେ ପହଞ୍ଚୁଛି । ଆପ୍ ଡାଉନଲୋଡ୍ କରିବା ପାଇଁ  ଏହି ଲିଙ୍କରେ ଫେସବୁକ୍ ଆକ୍ସେସ ମଗାଯାଉଛି । ଫେସବୁକ୍ ଆକ୍ସେସ ପାଇଁ ସହମତ ହେଲେ ହିଁ ଟିକଟକ୍ ଡାଉନଲୋଡ୍ ହୋଇ ପାରୁଛି । ତେବେ ଏହି ଟିକଟକରେ ଭିଡିଓ କଲେ ଏହା ଅନ୍ୟ ସୋସିଆଲ୍ ମିଡିଆରେ ସେୟାର କରିହେଉ ନାହିଁ ।

Leave a Reply