spot_img

Latest Posts

ତିହାର ଜେଲରେ VIP ଟ୍ରିଟମେଣ୍ଟ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ତିହାର ଜେଲ । ତିହାର ଜେଲ ପ୍ରଶାସନ ବିରୋଧରେ ପୁଣି ଥରେ ଗୁରୁତର ଅଭିଯୋଗ ଆସିଛି । ଏଥର ଜେଲ ନିୟମକୁ ଫୁ କରି ଜେଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଜଣେ କଏଦୀ ତାଙ୍କ ପିତାଙ୍କୁ ଭେଟିଥିବା ଅଭିଯୋଗ ଆସିଛି । ରାଜନୈତିକ କାରଣରୁ ତାଙ୍କ ପିତା ଜେଲ ନିୟମରେ ଖିଲାଫ କରି ତାଙ୍କ ପୁଅକୁ ଭେଟିବା ସହ ମନପସନ୍ଦର ଖାଦ୍ୟ ଖାଇବାକୁ ଦିଆଯାଉଥିବାର ଅଭିଯୋଗ ହେଉଛି ।

ସୂଚନା ଅନୁସାରେ ରଚିତ ସିଂଘଲ ନାମରେ ଜଣେ ଅଭିଯୁକ୍ତ ତିହାର ଜେଲରେ ରହିଛନ୍ତି । ଫୁଡ୍ ଡେଲିଭରୀ ବୟକୁ ମାରିବା ଘଟଣାରେ ଜେଲରେ ଅଛନ୍ତି ରାଚିତ । ଏହି ଅଭିଯୁକ୍ତ ଯେଉଁ ଜେଲରେ ରହିଛନ୍ତି ସେହି ଜେଲର ଅଧୀକ୍ଷକ ଭାବରେ ରାକେଶ ଚୌଧୁରୀଙ୍କୁ ପୋଷ୍ଟିଂ କରାଯାଇଛି । ତେବେ ରାକେଶ ଚୌଧୁରୀଙ୍କ ନାମରେ ଅଭିଯୋଗ ହୋଇଛି କି ସେ ଅଭିଯୁକ୍ତଙ୍କ ପିତା ସଂଜୟ ସିଂଘଲଙ୍କୁ ତାଙ୍କ କାର୍ଯ୍ୟାଳୟରେ ବସାଇବା ସହ ତାଙ୍କ କାର୍ଯ୍ୟାଳୟରେ ହିଁ ଅଭିଯୁକ୍ତ ସହ ଦେଖା କରାଇଥିଲେ  ଏବଂ ଜେଲର ନିୟମ ଭାଙ୍ଗି ଅଭିଯୁକ୍ତଙ୍କ ପାଇଁ ମନପସନ୍ଦ ଖାଦ୍ୟର ବ୍ୟବସ୍ଥା କରିଥିଲେ । ତେବେ ଏହାର ପ୍ରମାଣ ଜେଲ ନମ୍ବର ୧୬ର ଏଣ୍ଟ୍ରି ରେଜିଷ୍ଟରରେ ରେକର୍ଡ କରାଯାଇଛି । କେଉଁ ସମୟରେ କଏଦୀଙ୍କ ପିତା ଜେଲକୁ ଆସିଥିଲେ ଓ କେତେ ସମୟ ସେ ଜେଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ବସିଥିଲେ ଏହାର ସମସ୍ତ ପ୍ରମାଣ ସିସିଟିଭିରେ ରହିଛି । ତେବେ ଜେଲରେ ଥିବା କଏଦୀଙ୍କ ପିତା ଜଣେ ବଡ଼ ଦୁଗ୍ଧ ବ୍ୟବସାୟୀ ଓ ସେ ଏକ ରାଜନୈତିକ ଦଳ ସହ ସଂଶ୍ଲିଷ୍ଟ । ସୂଚନାଯୋଗ୍ୟ ଗତକାଲି ଏହି ଅଭିଯୁକ୍ତଙ୍କ ଜାମିନ କୋର୍ଟ ଦ୍ବାରା ଖାରଜ କରାଯାଇଛି । ଯାହା ପରେ ଜେଲ ନିୟମକୁ ଫୁ କରି ଏହି ସବୁ ବ୍ୟବସ୍ଥା କରାଯାଇଛି । ଜେଲ ନିୟମ ଅନୁଯାୟୀ ଜେଲ ପରିସରରେ ଜେଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କେହି ଅଭିଯୁକ୍ତଙ୍କୁ ସାକ୍ଷାତ କରିପାରିବେ ନାହିଁ । କିନ୍ତୁ ରାକେଶ ଚୌଧୁରୀ କିପରି ଭାବରେ ତାଙ୍କ କାର୍ଯ୍ୟାଳୟରେ ତାଙ୍କ ପିତାଙ୍କୁ ଦେଖା କଲେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

Latest Posts

Don't Miss