ତିହାର ଜେଲକୁ ବମ ପକାଇ ଉଡ଼ାଇବାକୁ ଧମକ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ତିହାର ଜେଲକୁ ବମ ପକାଇ ଉଡ଼ାଇ ଦେବାକୁ ମିଳିଛି ଧମକ । ଖବର ପାଇବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତେବେ ଏନେଇ ତିହାର ଜେଲ ପ୍ରଶାସନ ଦିଲ୍ଲୀ ପୋଲିସକୁ ଖବର ଦେଇଥିବା କୁହାଯାଉଛି । ପୋଲିସ ଏବଂ ଡଗ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ଏକ ମେଲ କରାଯାଇଛି । ଯେଉଁଥିରେ ଲେଖାଯାଇଛି କି, ଜେଲ ଭିତରେ ଏକ ବୋମା ରହିଛି । କିଛି ସମୟରେ ମଧ୍ୟରେ ଏହା ଫାଟିବ । ମେଲ ମିଳିବା ପରେ ଜେଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ପୂର୍ବରୁ ଏଭଳି ମଧ୍ୟ ବହୁ ଧମକ ମିଳିଛି । ତେବେ ମଙ୍ଗଳବାର ଆସିଥିବା ମେଲରେ ଲେଖାଥିଲା କି, ଆପଣଙ୍କ ପାଖରେ ଅଳ୍ପ ସମୟ ଅଛି । ବୋମା ଫୁଟିବ ।