ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ, ଚିଠି ଲେଖିଲେ ଚିଫ୍‌ ୱାଇଲ୍‌ଡ ଲାଇଫ୍‌ ୱାର୍ଡନ

ଭୁବନେଶ୍ୱର: ସାତକୋଶିଆରୁ ଖୁବ୍‌ଶୀଘ୍ର ମଧ୍ୟପ୍ରଦେଶ ଫେରିଯିବ ‘ସୁନ୍ଦରୀ’ ବାଘୁଣୀ । ଏନେଇ ମଧ୍ୟପ୍ରଦେଶର ଚିଫ୍‌ ୱାଇଲ୍‌ଡ ଲାଇଫ୍‌ ୱାର୍ଡନଙ୍କୁ ଓଡ଼ିଶା ଚିଫ୍‌ ୱାଇଲ୍‌ଡ ଲାଇଫ୍‌ ୱାର୍ଡନ ଚିଠି ଲେଖିଛନ୍ତି ।

ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’ ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନଥିବାରୁ ‘ସୁନ୍ଦରୀ’କୁ ଫେରାଇ ନେବା ପାଇଁ ନ୍ୟାସନାଲ ଟାଇଗର କଞ୍ଜରଭେସନ ଅଥରିଟି ନିର୍ଦ୍ଦେଶ ଦେଇଥିଲେ ।

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ସୂଚନା, ଓଡ଼ିଶା ଛାଡ଼ିବ ବାଘୁଣୀ ସୁନ୍ଦରୀ । ମହାବୀରକୁ ଶିକାରୀ ମାରିଥିବା ଅଭିଯୋଗ

ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଦୁଇଟି ବାଘ ଅଣାଯାଇ ଅଭୟାରଣ୍ୟରେ ଛଡ଼ା ଯାଇଥିଲା । ଗୋଟିଏ ବାଘର ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ‘ସୁନ୍ଦରୀ’ ମଣିଷ ମାରିଥିବା ଅଭିଯୋଗ ହୋଇଥିଲା । ତା’ପରଠାରୁ ‘ସୁନ୍ଦରୀ’କୁ ଏନ୍‌କ୍ଲୋଜରରେ ରଖାଯାଇଛି ।

Leave a Reply