ଟାଇଟ୍ ଫିଟିଙ୍ଗ ଜିନ୍ସ ପ୍ୟାଣ୍ଟ ପିନ୍ଧି ଟ୍ରାଭେଲ କଲେ ଭୋଗିବେ ଏମିତି…
ଆପଣ ଟାଇଟ ଫିଟିଙ୍ଗ ଜିନ୍ସ ପ୍ୟାଣ୍ଟ ପିନ୍ଧୁଛନ୍ତି କି ? ଜିନ୍ସପ୍ୟାଣ୍ଟ ପିନ୍ଧି ଲଙ୍ଗ୍ ଟ୍ରାଭେଲ କରୁଛନ୍ତିକି ? ଅବା ଆପଣ ଜିନ୍ସ ପ୍ୟାଣ୍ଟ ପିନ୍ଧି ଗାଡ଼ି ଡ୍ରାଇଭିଙ୍ଗ୍ କରୁଛନ୍ତି କି ? ଯଦି କରୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । କାରଣ ଜିନ୍ସ ପ୍ୟାଣ୍ଟ ଆପଣଙ୍କର ଯାତ୍ରାକୁ ପୂରା ଖରାପ କରିଦେଇପାରେ । ଏବେ ଭାବୁଥିବେ ଆମେ ଏସବୁ କଣ କହୁଛି । ଖାଲି ସେତିକି ନୁହେଁ, ରାସ୍ତା ମଝିରେ ଆପଣଙ୍କୁ ହାର୍ଟ ଆର୍ଟାକ ବି ଆସିପାରେ । ଆପଣ ଅଧା ରାସ୍ତାରେ ଅଚେତ ହୋଇଯାଇପାରନ୍ତି । ଏହା ଆମେ କହୁନୁ ଏହା ଏକ ଡାକ୍ତର ବାବୁ କହୁଛନ୍ତି । ଯଦି ଆପଣ ମାନେ ଫିଟିଙ୍ଗ ଜିନ୍ସ୍ ପ୍ୟାଣ୍ଟ ପିନ୍ଧି ୮ଘଣ୍ଟାରୁ ଅଧିକ ସମୟ ଗାଡି ଚଲାଉଛନ୍ତି ତେବେ ଆପଣଙ୍କର ହାର୍ଟରେ ବ୍ଲକେଜ ହୋଇଯାଇପାରେ । ଯାହା ଆପଣଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବ ।
ଆମେ ଏଥିପାଇଁ କହୁଛୁ କାରଣ ଜିନ୍ସ ପ୍ୟାଣ୍ଟ ପିନ୍ଧି ମରୁ ମରୁ ଜଣେ ବ୍ୟକ୍ତି ବଞ୍ଚିଛନ୍ତି । ସେହି ବ୍ୟକ୍ତି ହେଉଛନ୍ତି ପିତମପୁରର ବ୍ୟବସାୟୀ ସୌରଭ ଶର୍ମା । ସୗେରଭ ତାଙ୍କର ଏକ ବ୍ୟବସାୟୀକ ଯାତ୍ରାରେ ଋଷିକେଶ ବାହାରିଥିଲେ । ଯାତ୍ରା ବହୁତ ସୁଖ ଦାୟକ ଥିଲା । କିନ୍ତୁ ଟ୍ରିପରୁ ଆସିଲା ପରେ ସୌରଭଙ୍କର ପ୍ରଥମେ ଗୋଡରେ ଭିଷଣ ଯନ୍ତ୍ରଣା ହୋଇଥିଲା । କିନ୍ତୁ ସୌରଭ ଏହାକୁ ଦୁଇଦିନ ପର୍ଯ୍ୟନ୍ତ ଅବହେଳାର ସହ ଦେଖିଥିଲେ । ପରେ ତାଙ୍କର ବ୍ଳଡ୍ ପ୍ରେସର ଲୋ ହେବାକୁ ଲାଗିଥିଲ। କିଛି ସମୟ ପରେ ସୌରଭଙ୍କୁ ନିଶ୍ୱାସ ନେବାରେ ମଧ୍ୟ ବହୁତ ଅସୁବିଧା ହୋଇଥିଲା । ଖାଲି ସେତିକି ନୁହଁ ସେ ଦୁଇଥର ବେହୋସ ମଧ୍ୟ ହୋଇପଡ଼ିଥିଲେ ।
ଏସବୁ ହେବା ପରେ ସୌରଭଙ୍କୁ ଡାକ୍ତରଖାନାକୁ ନିଆଯାଇ ସେଠାରେ ତାଙ୍କର ୨୪ ଘଣ୍ଟା ପର୍ଯ୍ୟନ୍ତି ଡାଏଲିସିସ ଥେରାପି କରାଯାଇଥିଲା । ସୌରଭ ଫିଟିଙ୍ଗ ଜିନ୍ସ ପ୍ୟାଣ୍ଟ ପିନ୍ଧି ଅଧିକ ସମୟ ଗାଡ଼ି ଚଲାଉଥିବାରୁ ତାଙ୍କର ଏଭଳି ଅବସ୍ଥା ହୋଇଛି ବୋଲି ଡାକ୍ତର ନବୀନ ଭମରି ଏବଂ ଶାଲିମାର ବାଗ କହିଛନ୍ତି ।
ଲଙ୍ଗ ଡ୍ରାଇଭରେ କିଛି କାମ ପାଇଁ ଋଷିକେଶ ବାହାରିଥିଲେ ସୌରଭ । ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ତାଙ୍କ କାର ଟାଇଟ ପ୍ୟାଣ୍ଟ ପିନ୍ଧି ଚଲାଇ ଥିଲେ । ଆଉ ଦୁଇଦିନ ପରେ ତାଙ୍କ ଅବସ୍ତା ପୂରା ଖରାପ ହୋଇଗଲା । କିନ୍ତୁ ଠିକ୍ ସମୟରେ ଚିକିତ୍ସା ଯୋଗୁଁ ମରୁ ମରୁ ବଞ୍ଚିଯାଇଥିବା କହିଛନ୍ତି ସୌରଭ ।